ମାଁ କୁମାରୀ ଦେବୀଙ୍କ ପ୍ରବେଶ ପଥ ଉଦଘାଟନ

ବଣାଇ! ରିପୋର୍ଟ (ଲୋକନାଥ ସାମଲ)
ଆଜି କୁମାର ପୂର୍ଣ୍ଣିମା ଅବସରରେ ଵଣାଇଗଡ ସହର ର ରାଜଵାଟି ସାହି ସ୍ଥିତ ମାଁ କୁମାରୀ ଦେବୀଙ୍କ ମନ୍ଦିର ର ନଵ ନିର୍ମିତ ପ୍ରବେଶ ପଥ ଆଜି,କୋଭିଡ ନିୟମ ପାଳନ ପୂର୍ବକ ମହାସମାରୋହରେ ପାଳିତ ହୋଇଯାଇଛି ପ୍ରତିଷ୍ଠା ଉତ୍ସବ ର ମୂଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଜୁଏଲ ଓରାମ ଯୋଗଦେଇ ଥିବା ବେଳେ , ସମ୍ମାନୀୟ ଅତିଥି ଭାବେ ବଣାଇ ବିଧାୟକ ଶ୍ରୀ ଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ଵଣାଇ ରାଜା ସାହେବ ବୀର କିଶୋର ଇନ୍ଦ୍ରଦେଓ ଦେବ, ଦେଵ ଭୂମି ଟ୍ରଷ୍ଟ ର ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ଡ଼ଃ ଵୁଧେଶ୍ୱର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଉଦଘାଟନୀ ଉତ୍ସବକୁ ମୁଖ୍ୟତଃ ଵଣାଇ ହନୁମାନ ମନ୍ଦିର କମିଟି ର ସଭାପତି ରୁଦ୍ର ଚରଣ ବାରିକ, ସମ୍ପାଦକ ତପନ କୁମାର ଦଣ୍ଡିଆ, ସଦସ୍ୟ ଦିବ୍ୟ ମଞ୍ଜରି ଶେଖର ଦେଓ,ଶରଦ ସାମନ୍ତ,ଗିରେନ୍ଦ୍ର ସାହୁ, ଭଵତୋଷ ଦେଓ, ପ୍ରମୁଖ କଂ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଵଣାଇ ର ସଂର୍କୀତନ ମଣ୍ଡଳୀ କଂ ଦ୍ଵାରା ଘଣ୍ଟ ବାଦ୍ୟ ବଜାଇ ସମସ୍ତ ଅତିଥି ମାନଙ୍କୁ ପାଛୋଟି ଆଣିବା ପରେ ଅତିଥି କଂ ଗହଣରେ ଵଣାଇ ରାଜା ସାହେବ କଂ ଦ୍ଵାରା ଆନୁଷ୍ଠାନିକ ଭାବେ ପ୍ରବେଶ ପଥ ଉଦଘାଟନ କରାଯାଇଥିଲା । ଏଥିରେ ବଣାଇ ର ଜନସାଧାରଣ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି ଥିବା ଦେଖାଯାଇଥିଲା

Leave a Reply

Your email address will not be published. Required fields are marked *