ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି : ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ବି.ଏସ.ଏଫ. ବାହିନୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ନୂତନ ଭାବେ ସ୍ଥାପନ ହୋଇଥିବା ଘନବେଡ଼ା ବି.ଏସ.ଏଫ. କ୍ୟାମ୍ପର ଯବାନମାନେ ବୋମାକୁ ନିଷ୍କ୍ରିୟ କରିଛନ୍ତି । ସୂଚନାନୁସାରେ, ଯବାନମାନେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ କମ୍ବିଂ ଅପରେସନ କରିବାକୁ ଯାଇଥିଲେ । ସେଠାରେ ନିର୍ମାଣ ହେଉଥିବା ରାସ୍ତା କାମକୁ ସୁରକ୍ଷା ଦେବା ଲାଗି ଯବାନମାନେ ନିୟୋଜିତ ହୋଇଥିଲେ । ଏହି ସମୟରେ ଡିଟେକ୍ଟର ଯାଞ୍ଚ ସମୟରେ ରାସ୍ତାରେ ଲ୍ୟାଣ୍ଡମାଇନ ଲାଗିଥିବାର ସେମାନେ ଜାଣିବାକୁ ପାଇଥିଲେ । ସତର୍କତାର ସହ ମାଟି ତଳୁ ୫ଟି ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ ଯବାନ । ରାସ୍ତାରୁ ଅଳ୍ପ ଦୂରରେ ଏସବୁକୁ ନଷ୍ଟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *