ଏଟିଏମରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍

ବାରିପଦା : ଏଟିଏମ୍ ଭାଙ୍ଗି ଅଢେଇ ଲକ୍ଷ ଟଙ୍କା ଲୁଟ୍ । ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବତି ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସିଣ୍ଡିକେଟ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍ ହୋଇଛି । ଲୁଟେରାଙ୍କ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ବାରିପଦା ଏସଡିପିଓଙ୍କ ସହ ଝାରପୋଖରିଆ ପୋଲିସ, ତଦନ୍ତକାରୀ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଏହି ଏଟିଏମ୍ ଥିବାବେଳେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ଲୁଟ୍ କରିଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ଖୁବ୍ ଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି ସଦର ଏସଡିପିଓ କହିଛନ୍ତି ।

Leave a Reply

Your email address will not be published. Required fields are marked *