ଦୁର୍ବଳ ହେଲା ବାତ୍ୟା ସି-ତ୍ରାଙ୍ଗ, ଆଗାମୀ ୩ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ୱର : ଦୁର୍ବଳ ହେଲା ବାତ୍ୟା ସି-ତ୍ରାଙ୍ଗ । ଏହା ଆଗାମୀ ୩ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୂଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ମଧ୍ୟ ରହିଛି ।

ଗତକାଲି ରାତି ୯.୩୦ ରୁ ୧୧.୩୦ ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ସିତ୍ରାଙ୍ଗ । ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି । କାଁ ଭାଁ କିଛି ସ୍ଥାନରେ କୋହଲା ପାଗ ଥିବାବେଳେ, ଅନେକ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *