ବାଲିଆପାଳ : ଚଳିତ ସୁବର୍ଣ୍ଣରେଖା ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସାହାଯ୍ୟର ହାତ ବଢାଇଲେ ସୁବର୍ଣ୍ଣରେଖା ବନ୍ଦର କର୍ତ୍ତୃପକ୍ଷ । କର୍ତ୍ତୃପକ୍ଷ ଆଜି ତହସିଲ ପ୍ରଶାସନକୁ ହଜାରେ ତାରପଲିନ ବଣ୍ଟନ ପାଇଁ ପ୍ରଦାନ କରିଛନ୍ତି । ତହସିଲଦାର ସମସ୍ତ ଆରଆଇଙ୍କ ରିପୋର୍ଟକୁ ଆଧାର କରି ଏହି ତାରପଲିନଗୁଡିକ ବଣ୍ଟନ କରିବେ । ସୁବର୍ଣ୍ଣରେଖ ବନ୍ଦର କର୍ତ୍ତୃପକ୍ଷ ଟାଟା କମ୍ପାନୀର ପ୍ରମୁଖ ପ୍ରମୋଦ କୁମାର ଆଜି ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କୁ ଏକ ହଜାର ତାରପଲିନ କ୍ଷତିଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଦରକାର ପଡିଲେ ଅଧିକରୁ ଅଧିକ ତାରପଲିନ ମଧ୍ୟ ଯୋଗାଇଦେବେ ବୋଲି ବନ୍ଦର କର୍ତ୍ତୃପକ୍ଷ ପ୍ରମୋଦ କୁମାର ତହସିଲଦାରଙ୍କୁ କହିଛନ୍ତି । ସୋସିଆଲ ସାଇନଟିଷ୍ଟ ରଶ୍ମିରଞ୍ଜନ ସେନାପତି, ନିରୁପମା ସେନାପତି, ଅପୂର୍ବ ବିବେକ ପ୍ରମୁଖ ବନ୍ଦର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।
