ରାସ୍ତାରେ ପଡ଼ିଛି କୁଢ଼ କୁଢ଼ ସରକାରୀ ଔଷଧ

ଝାରସୁଗୁଡ଼ା, : ଅନେକ ସମୟରେ ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ଔଷଧ ମିଳୁ ନଥିବା ଅଭିଯୋଗ ଆସୁଥିଲା ବେଳେ ଝାରସୁଗୁଡାରେ ବସ୍ତା ବସ୍ତା ଔଷଧ ଫୋପାଡ଼ି ଦିଆଯାଇଥିବା ସହ ସେଗୁଡ଼ିକ ପୋଡି ନଷ୍ଟ କରି ଦିଆଯାଇଛି। ଝାରସୁଗୁଡା କୋଲାବିରା ରାସ୍ତାର ପୁର୍ଣ୍ଣା ନିକଟସ୍ଥ ଏକ ଅପନ୍ତରିଆ ସ୍ଥାନରେ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇ ଫୋପାଡ଼ି ଦିଆଯାଇଛି।

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବହୁ ଦୂରରେ ଏହି ଔଷଧ ଫିଙ୍ଗି ଦିଆଯାଇଥିବା ବେଳେ ଏହା କେଉଁ ପରିସ୍ଥିତିରେ ଏଠାରେ ପଡିଲା ତାହା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣା ନଥିବା କହିଛନ୍ତି।। ରାସ୍ତାରେ ପଡିଥିବା ଔଷଧ ଗୁଡିକ ନିରାମୟ ଯୋଜନାରେ ରୋଗୀଙ୍କ ପାଇଁ ଆସିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *