ବାରମ୍ବାର ବାଇକ୍ ଦୁର୍ଘଟଣା ରେ ଜୀବନ ହାନି ବଣାଇ ଉପଖଣ୍ଡ ରେ ଏକ ବିଡ଼ମ୍ବନାର ବିଷୟ

 

ଆଜି ସାରା ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ନୂତନ ବର୍ଷ ପାଳନ ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅପରାହ୍ନରେ ଏକ ବାଇକ୍ ଦୁର୍ଘଟଣା ରେ ଗୋଟିଏ ପରିବାରର ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ ବରସୁଆଁ ର ଗୋଟିଏ ପରିବାରର ମାର୍ଟିନ ଟପ୍ନୋ,ଯୋଶେଫ ଟପ୍ନୋ,ଓ ଯୋହାନ ଟପ୍ନୋ ତିନି ଜଣ ଏକ ବାଇକ୍ ଯୋଗେ ରାଇକଳା ପଟେ ଯାଉଥିବା ସମୟରେ କୈାଣସି ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତିନି ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଘଟଣା ସ୍ଥଳରେ ମାର୍ଟିନ ଟପ୍ନୋ କଂ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ରେ ତୁରନ୍ତ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଲହୁଣୀପଡ଼ା ଡାକ୍ତରଖାନା କୁ ନିଆଯାଇଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡ଼ାକ୍ତର କଂ ପରାମର୍ଶ ଅନୁସାରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ଘଟଣା ସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରିବା ସହ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *