IAS ଅଫିସର, ମିଲିୟନ୍‌ ଉପରେ ଫଲୋଅର୍ସ

ନୂଆଦିଲ୍ଲୀ ; ପ୍ରଶାସନିକ ସେବାରେ ନିୟୋଜିତ ଥିବା ଅଫିସର ପ୍ରାୟ ସୋସିଆଲ୍‌ ମିଡିଆରେ ବେଶ୍ ସକ୍ରିୟ । ଟ୍ୱିଟରରେ ସେମାନଙ୍କ ଫ୍ୟାନ୍ ଫଲୋଅର୍ସ ଅଧିକ। ଅନ୍ୟ ପ୍ଲାଟଫର୍ମରେ ବି ସେମାନେ ପୋଷ୍ଟ ସେୟାର କରନ୍ତି। ସେମିତି ଜଣେ IAS ଅଫିସର ଟିନା ଡାବି। ଟିନାଙ୍କ କାମକୁ ନେଇ ଯେତିକି ଚର୍ଚ୍ଚା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସକୁ କରାଯାଉଛି ସେତିକି ପସନ୍ଦ। ଟିନାଙ୍କର ଇନ୍‌ଷ୍ଟାଗ୍ରାମରେ ୧.୪ ମିଲିୟନ୍ ଫଲୋଅର୍ସ ଅଛନ୍ତି। ସେ ସେୟାର କରିଥିବା ଗୋଟେ ଗୋଟେ ଭିଡିଓକୁ ଦେଖୁଛନ୍ତି ଲକ୍ଷ ଲକ୍ଷ ଲୋକ।
ଟିନା ଡାବି ୨୦୧୬ରେ ସେ UPSC ସିଭିଲ୍‌ ସର୍ଭିସ୍‌ ଟପ୍ପର। ସେତେବେଳେ ତାଙ୍କୁ ମାତ୍ର ୨୨ବର୍ଷ ହୋଇଥିଲା। ସଫଳତା ହାସଲ ପରେ ବି ଟିନା ଆଜି ଅନେକଙ୍କ ପାଇଁ ରୋଲ୍‌ ମଡେଲ୍‌।  ଟିନା ଡାବିଙ୍କ ପରି ତାଙ୍କ ଭଉଣୀ ରିନା ଡାବି ମଧ୍ୟ ୨୦୨୧ରେ ପାଇଥିଲେ IAS। ତେବେ ସେ ଟପ୍‌ ୨୦ରେ ଥିରେ ୧୫ନଂ ସ୍ଥାନରେ।
IAS ଟିନା ଡାବି ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ସେ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତି ଗତ ଜୀବନକୁ ନେଇ ଅନେକ ଫଟୋ ସୋସିଆଲ୍‌ ମିଡିଆରେ ସେୟାର କରନ୍ତି। ଅନେକ ସମୟରେ ସେ ରିଲ୍ସ ମଧ୍ୟ ସେୟାର କରିଥାନ୍ତି। ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ସୋସିଆଲ୍‌ ମିଡିଆରେ ସେନ୍‌ସେସନ୍‌ ପାଲଟି ଯାଇଛନ୍ତି ଏହି ଅଫିସର।

ଟିନା ଦିଲ୍ଲୀ ଶ୍ରୀରାମ କଲେଜରେ ଇକୋନୋମିକ୍ସରେ ସ୍ନାତକ କରିଛନ୍ତି। ପିଲାଦିନୁ ସେ ପ୍ରଶାସନିକ ସେବାରେ ନିୟୋଜିତ ହେବାକୁ ଚାହୁଁଥିଲେ। ଗ୍ରାଜୁଏସନ୍‌ ପରେ ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେ।  ତଥାପି ଖୁବ୍‌ କମ୍ ସମୟରେ ଏତେ ବଡ ସଫଳତା କରିଥିଲେ ହାସଲ।

୧୯୯୩ ମସିହା ଡିସେମ୍ବର ୯ ତାରିଖରେ ଟିନାଙ୍କ ଜନ୍ମ। ଦିଲ୍ଲୀରେ ଜନ୍ମଗ୍ରହଣ କରିଛନ୍ତି ଟିନା। ପିଲାଦିନୁ ବହି ଏବଂ ଖବର କାଗଜ ପଢିବାର ରୁଚି ରଖୁଥିଲେ ଟିନା। ଏବେ ସେ ରାଜସ୍ଥାନର ଜଏଣ୍ଟ ସେକ୍ରେଟାରୀ ଫାଇନାନ୍ସ ପଦବୀରେ ଅଛନ୍ତି।

ଏହି ଆଇଏଏସ୍‌ ଟପ୍ପର ଏବେ ଯୋଗ୍ୟ ଶିକ୍ଷିତ ପରିବାରର ଝିଅ। ସେଥିପାଇଁ ସେ ଅନେକଙ୍କ ଆଦର୍ଶ। ୟଙ୍ଗ ଆଇଏଏସ୍‌ ଆସ୍‌ପରାଣ୍ଟ ରୋଲ୍‌ ମଡେଲ୍‌ ଟିନା ଡାବି।

Leave a Reply

Your email address will not be published. Required fields are marked *