ଭୁବନେଶ୍ବର : ରାଜଧାନୀରେ ପୁଣି ଜଣେ ଆଞ୍ଜେଲ ପ୍ରିୟାଙ୍କ କରାମତି । ଫେସବୁକରେ ଫ୍ରେଣ୍ଡସିପ କରି ସମ୍ଭ୍ରାନ୍ତ ପରିବାରର ଯୁବକଙ୍କଠାରୁ ଲୁଟୁଥିଲେ ଏହି ମହିଳା ଜଣଙ୍କ । ଏପରିକି ଟଙ୍କା ଓ ସୁନା ଗହଣା ବି ଲୁଟି ଫେରାର୍ ହୋଇଯାଉଥିଲା ଯୁବତୀ ଜଣକ । ଶେଷରେ ଯୁବତୀଙ୍କୁ ବାନ୍ଧିଛି ଗିରଫ କଲା କମିଶନରେଟ ପୋଲିସ ।
ଏନେଇ ସୂଚନା ଦେଲେ ଡିସିପି ଉମାଶଙ୍କର ଦାସ । ଗିରଫ ଯୁବତୀଙ୍କଠାରୁ ୬ ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଜବତ ମଧ୍ୟ ହୋଇଛି । ତେବେ ଯୁବତୀଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
