ସୋର ସରକାରି ଠିପି ବନ୍ଦ ମଦଦୋକାନି ପୋଲିସ କି ଅବକାରିକୁ ହେଆର ବୋଲି କେୟାର କରୁନି 

ସୋର : ହାତବାନ୍ଧି ବସିଛି ସୋର ଅବକାରି , ପସରା ମେଲାଉଛି ସୋର ଠିପି ବନ୍ଦ ସରକାରି ମଦ ଦୋକାନ I ଲୋକଙ୍କୁ ମାତାଲ ସଜେଇ ଅଧା ଲୋକଙ୍କ ମାଇପକୁ ରାଣ୍ଡ କରିବାକୁ ସରକାରି ମଦ ଦୋକାନ ଜେମିତି ପଣ କରିଛି I ସୋର ଉତ୍ତରେଶ୍ବର ଲିଓ ସାଇ କମ୍ପ୍ଲେକ୍ସରେ ହୋଇଥିବା ସରକାରି ଠିପି ବନ୍ଦ ମଦ ଦୋକାନ ସାମ୍ନାରେ ଟୁଙ୍ଗି ଟୁଙ୍ଗି ଘରେ ହିନସ୍ତାଙ୍କ ଭଳି ହୋଇଥିବା ଚାଖଣା ଦୋକାନରେ ମଦପିଆ ଚାଲିଛି I ସୋର ପୋଲିସ ଦିନର ୧୦୦ଥର ସେଇବାଟେ ଯାଉଛି ଆଉଛି କିନ୍ତୁ ଚୁନୁ ମୁବୁ ବେପାରି ମାନେ ପୋଲିସକୁ ହେଆର ବୋଲି କେଆର କରୁନାହାନ୍ତି I କୁହାଯାଏ ଏଇ ଚାଖଣା କମ ମଦବେପାରିଙ୍କୁ ସରକାରି ଠିପି ବନ୍ଦ ମଦବେପାରି ସାହସ ଦେଇଛି I ଏଠି ଦୁଇଟା କଥା ସାମ୍ନାକୁ ଆସିଲା ନମ୍ବର ଓ୍ବାନ ସରକାରି ଠିପି ବନ୍ଦ ଲେଖିକି ଠିପିଖୋଲିକି ବିକ୍ରି କରୁଥିବା ଦୋକାନକୁ କାହିଁକି ସିଜ କରାଜିବନି ? ଜଦି ସେଠି ଠିପି ଖୋଲାଜିବାରେ ସରକାରି ମଦ ଦୋକାନ କରିଥିବା ଲୋକର ସମ୍ପ୍ରୁକ୍ତି ନାହିଁ ସେ କାହିଁକି ସୋରଥାନେରା ଅଭିଯୋଗ କରୁନାହାନ୍ତି ? ଅନ୍ୟପଟେ ସେଇ କମ୍ପ୍ଲେକ୍ସର ମାଲିକକୁ ବେଆଇନ ମଦବିକ୍ରି ଅଭିଯୋଗରେ କାହିଁକି ପୋଲିସ କି ଅବକାରି ଗିରଫ କରୁନି ? ଦୁନିଆକୁ ହାରିକିଣି ଦେଖେଇ ମଦମାଫିଆ ତାର ଆତଙ୍କ ରାଜ ଚଳାଇ ଥିଲା ବେଳେ ସୋର ଅବକାରି କାହିଁକି ନିରବ ? ସୋର ଅବକାରି ବା ପୋଲିସ କେବେ ଆଇନର ଛାଟରେ ଏଇ ଠିପ୍ ବନ୍ଦରେ ଠିପି ଖୋଲାକୁ ବନ୍ଦ କରୁଛନ୍ତି ତାହା ସମୟ କହିବ I ଅନ୍ୟପଟେ ବିନାବିଲରେ ଠିପି ବନ୍ଦ ମଦଦୋକାନରେ ମଦ ବିକ୍ରିହେଉଥିବା ଯାଣିବାକୁ ମିଳିଛି ଏମିତିକି ଅଭିଯୋଗ ହୁଏ ୨ନମ୍ବରି ମଦ ଗୋପାଳପୁରରୁ ଆସି ଏଠି ବିକ୍ରିହେଉଛି I ତେବେ ଜଦି ଅଭିଯୋଗ ସତହୋଇଥାଏ ତାହାଲେ ସୋରରେ ମଦମ୍ରୁତ୍ୟୁର ସମ୍ବାବନାକୁ ଏଡାଇ ଦିଆଯାଇ ନପାରେ I ଏଥିପ୍ରତି ସୋର ଅବକାରି ବିଭାଗ ଓ ପୋଲିସ ତୁରନ୍ତ ଧ୍ୟାନଦେବାକୁ ସାଧାରଣରେ ଦାବି ହେଉଛି I

Leave a Reply

Your email address will not be published. Required fields are marked *