ରବି ଜଳସେଚନ ଯୋଗାଇବା ଦାବି ନେଇ ଗୁନଗୁନିଆ ଠାରେ ଚାଷୀଙ୍କ ଦ୍ଵାରା ରାସ୍ତା ଅବରୋଧ

କଲମପୁର :  ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ ପର୍ୟ୍ୟନ୍ତ ରବି ଜଳସେଚନ ଯୋଗାଇବା ଦାବି ନେଇ ଗୁନଗୁନିଆ ଠାରେ ଚାଷୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମରାମତି କାର୍ୟ୍ୟ ପାଇଁ ଚଳିତ ରବି ଜଳସେଚନକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯିବା ପାଇଁ ଘୋଷଣା କରାଯାଇଛି । ଅନ୍ୟ ପଟେ ଚଳିତ ବର୍ଷ ବର୍ଷା ଅଭାବରୁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ଆଶାତୀତ ଭାବରେ ହ୍ରାସ ପାଇଛି । ଯେଉଁଥିପାଇଁ ସମଗ୍ର ବାମ ମୁଖ୍ୟ କେନାଲର ସେଚାଞ୍ଚଳକୁ ଜଳ ସେଚନ ସମ୍ଭବ ନଥିବାରୁ ବାମ ମୁଖ୍ୟ କେନାଲର ୭ କିଲୋମିଟର ମଧ୍ୟରେ ସୀମିତ ରଖିବା ପାଇଁ ଘୋଷଣା କରିଥିଲେ । ଯାହାକୁ ବିରୋଧ କରି ଚାଷୀ ଜଳସେଚନକୁ ବାମ ମୁଖ୍ୟ କେନାଲର ୨୫ କିଲୋମିଟର ଦୂରରେ ଅବସ୍ଥିତ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ ପର୍ୟ୍ୟନ୍ତ ବୃଦ୍ଧି କରିବାପାଇଁ ଜଳ ସେଚନ ଦାଇତ୍ୱ ରେ ଥିବା ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଇଥିଲେ ।ଏହାସହ ୯.୧୧ ମଧ୍ୟରେ ଜଳସେଚନ ନେଇ ନିଷ୍ପତ୍ତି ନିଆନଗଲେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ର ଗୁନଗୁନିଆ ଠାରେ ରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଥିଲେ । ମଙ୍ଗଳବାର ମଧ୍ୟରେ ଜଳସେଚନ ଯୋଗାଇବା ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ରୁ ବୁଧବାର ସକାଳୁ କୁଞ୍ଜବିହାରୀ ମୁଣ୍ଡ, ସୁଦୀପ୍ତ ପଣ୍ଡା, ସୁବ୍ରତ କୁମାର ବେହେରା, ଶେଷ ଦେବ ପଣ୍ଡା, ମହାଦେବ ବେହେରା, ସନ୍ତୋଷ ରଣା, ଭୁବନେଶ୍ୱର ମାଝୀ, ହରିହର ନାଏକ,ଆକାଶ ନାଗ ପ୍ରମୁଖ ଚାଷୀଙ୍କ ନେତୃତ୍ବରେ ଶତାଧିକ ଚାଷୀ ଉପସ୍ଥିତ ରହି ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଗୁନଗୁନିଆ ଠାରେ ରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ର ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀଙ୍କ ତରଫରୁ ସୂଚନା ମିଳିଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନ ବାହନ ଅଟକି ରହିଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ବହୁ ହଇରାଣ ହରକତ ହେଉଛନ୍ତି।

Leave a Reply

Your email address will not be published. Required fields are marked *