ଭାରତ-ନେପାଳ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ସୀମା ବିବାଦ ସତ୍ତ୍ବେ ଆଜି ଭାରତ-ନେପାଳ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ପୂର୍ବରୁ ନିର୍ଦ୍ଧାରିତ ହୋଇଛି । ନେପାଳର ବୈଦେଶିକ ସଚିବ ଏବଂ ଭାରତର ରାଷ୍ଟ୍ରଦୂତଙ୍କ ଆଜି ଏହି ବୈଠକ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ସହ ଏହି ବୈଠକର କୌଣସି ସମ୍ପର୍କ ନାହିଁ। ସ୍ବାଧୀନତା ଦିବସ ଅବସରରେ ନେପାଳ ପିଏମ କେପି ଓଲି ଶର୍ମା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଶୁଭେଚ୍ଛା ଦେବା ପରେ ଏହି ବୈଠକକୁ ଅଧିକ ଗୁରୁତ୍ବପୂର୍ଣ୍ଣ କରିଛି।

Leave a Reply

Your email address will not be published. Required fields are marked *