ନିର୍ବାଚନୀ ପରବର୍ତ୍ତୀ ହିଂସା, ପରାଜିତ ପ୍ରାର୍ଥୀଙ୍କ ଘରେ ଆକ୍ରମଣ ସହ ବାଇକ ଭଙ୍ଗାରୁଜା

ସାନଖେଣୁଣ୍ଡି : ବ୍ରହ୍ମପୁର ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ଏଲଆଇଜି ୯୪ ଷ୍ଟେଜ୍‌ ୨ରେ ନିର୍ବାଚନୀ ହିଂସା । ରାତିରେ ବିଜେପି ପ୍ରାର୍ଥୀନୀ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ କଲେ ଅଜଣା ଦୁର୍ବୃତ୍ତ । କବାଟ ଭାଙ୍ଗି ଘର ଭିତରକୁ ପଶି ଆକ୍ରମଣ କରିଥିଲେ, ଏଥିରେ ବିଫଳ ହେବା ପରେ ଘରକୁ ପଥର ଫୋପାଡ଼ିଲେ । ଏପରିକି ବାଇକ୍ ଭାଙ୍ଗି ଚୂରମାର୍ କରିଦେଲେ ଦୁର୍ବୃତ୍ତ । ନିର୍ବାଚନରେ ପ୍ରତିଦ୍ଵନ୍ଦିତାକୁ ନେଇ ବିରୋଧୀମାନେ ରକ୍ତମୁଖା ପାଲଟି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ଗୋଶାଣିନୁଆଗାଁ ଥାନା ବ୍ରିଟ୍ କଲୋନୀ ଏଲଆଇଜି ୯୪ ଷ୍ଟେଜ୍‌ ୨ରେ ପୂର୍ବତନ କର୍ପୋରେଟର ତଥା ଏଥର ୧୨ ନମ୍ବର ୱାର୍ଡର ସ୍ୱଧୀନ ପ୍ରାର୍ଥୀ ବିରେନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ସସ୍ମିତା ଦାସ ଚଳିତ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥିଲେ । ଉଭୟ ଶନିବାର ନିର୍ବାଚନ ଫଳାଫଳରେ ପରାଜିତ ହେବା ପରେ ରାତି ପ୍ରାୟ ୩ଟା ରେ ତାଙ୍କ ଘର ସାମ୍ନାରେ କିଛି ଦୁର୍ବୃତ୍ତ ଆତଙ୍କରାଜ କରିଥିଲେ । ଏକ କାରରେ କିଛି ଦୁର୍ବୃତ୍ତ ଆସି ବିରେନଙ୍କ ଘର ଦାଣ୍ଡରେ ଥିବା ବାଇକକୁ ପଥରରେ ଭାଙ୍ଗିଥିଲେ । ବାହାରେ ପାଟିତୁଣ୍ଡ ଶୁଣି ସେ ବାହାରକୁ ଆସି ଦେଖିଲା ବେଳକୁ କିଛି ଦୁର୍ବୁର୍ତ୍ତ ଏଭଳି କାଣ୍ଡ କରୁଥିବା ଦେଖିଥିଲେ । ସେ ନିଜ ମୋବାଇଲରେ ତାହାର ଭିଡିଓ ଉତ୍ତୋଳନ କରିଥିଲେ । ନିର୍ବାଚନରେ ପ୍ରତିଦ୍ୱନ୍ଦିତାକୁ ନେଇ ଏଭଳି ଘଟଣା ଘଟାଇଥିବା ବିରେନ୍ ଓ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ପରେ ଭୟର ବାତାବରଣ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *