ଆଜିର ରାଶିଫଳ

ମେଷ : ଆର୍ଥିକ ସ୍ଥିତି ସୁଦୃଢ କରିବା ଲାଗି ଆପଣଙ୍କ ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ । ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ । ପ୍ରେମ ଜୀବନ ଭଲ ହେବ ।

ବୃଷ : ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ । ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ ।

ମିଥୁନ : ଆତ୍ମବିଶ୍ୱାସ ବଳରେ ଆପଣଙ୍କ କାମ ପୂରା କରିନେବେ । ବ୍ୟବସାୟ କାମ ପାଇଁ ଦୂର ସ୍ଥାନକୁ ଯିବେ । ଚାକିରି ବିଷୟରେ ଆପଣ ବହୁତ ସମ୍ବେଦନଶୀଳ ରହିବେ ।

କର୍କଟ : ନିଜର ବକ୍ତବ୍ୟ ଉପରେ ସଂଯମ ରଖନ୍ତୁ । ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ । ଚାକିରିଆଙ୍କୁ ଭଲ ଫଳ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ପ୍ରେମୀଯୁଗଳଙ୍କୁ ଦିନଟି ଖୁସି ଦେବ ।

ସିଂହ : ଆପଣଙ୍କର ବାକିଥିବା ସବୁ କାମ ପୂରା କରିପାରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ । ସୁଖ ସମୃଦ୍ଧି ପାଇବ ।

କନ୍ୟା : କାହାରି ମାମଲାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ । ବନ୍ଧୁ ଦେଇଥିବା ପରାମର୍ଶ ଗ୍ରହଣ କରିନିଅନ୍ତୁ । ପିଲାମାନଙ୍କ ପାଠପଢାକୁ ନେଇ ଆପଣ ସତର୍କ ରହିବା ଦରକାର ।

ତୁଳା : କୋର୍ଟ କଚେରି ମାମଲାରେ ନିସ୍ତାର ପାଇବେ । ଇଞ୍ଜିନିୟରଙ୍କ ଲାଗି ଦିନଟି କିଛି ପରିବର୍ତ୍ତନ ଆଣିବ । ମାଆଙ୍କ ସ୍ୱାସ୍ଥ୍ୟରେ ସୁଧାର ହେବ । ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ ।

ବିଛା : ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ପାଇବେ । ସବୁ ଅଶାନ୍ତିର ସମାଧାନ ବାହାରିବ । ଜୀବନସାଥୀଙ୍କ ସହ ସୁଖଦ ମୁହୂର୍ତ୍ତ ଅତିବାହିତ କରିବେ । ଶାରିରୀକ ଦୃଷ୍ଟିରୁ ସୁସ୍ଥ ରହିବେ ।

ଧନୁ : ଜୀବିକାରେ ଲାଗିରହିଥିବା ବାଧା ସମାପ୍ତ ହୋଇଯିବ । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ମିଳିବ । ସୁସମ୍ବାଦ ପାଇବେ । ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ ।

ମକର : ଆର୍ଥିକ ସ୍ଥିତି ଚିନ୍ତାଜନକ ରହିପାରେ । ଆପନଙ୍କର ମାନ ସମ୍ମାନ ବଢିବ । ବିଦେଶୀ କମ୍ପାନୀ ସହ ଚୁକ୍ତି ହେବାର ଯୋଗ ଅଛି । ବନ୍ଧୁଙ୍କୁ ଭେଟିବା ଲାଗି ତାଙ୍କ ଘରକୁ ଯିବେ ।

କୁମ୍ଭ : ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେଆପେ ଦୂର ହୋଇଯିବ । ଧର୍ମ କାର୍ଯ୍ୟରେ ସହଯୋଗ ଦେବାର ଅବସର ପାଇବେ । ପିଲାମାନେ ନିଜ ମନ କଥା ବାପା ମାଆଙ୍କୁ କହିବେ ।

ମୀନ : ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ । ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ ପ୍ରକଳ୍ପ ପୂରା କରିବେ । ନୂଆ ବ୍ୟବସାୟ ଆରମ୍ଭ ପୂର୍ବରୁ କାହାରି ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published. Required fields are marked *