ବିଧାୟକଙ୍କ ଘରେ ବୁଲାଇଲେ କଳାକନା

କଟକ : କଟକରେ ମାତିଲେ ଲୁଟେରା । କଟକ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ କାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବିଧାୟକ ।

ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କଣ କଣ ଲୁଟ୍ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ଟଙ୍କା ସୁନା ଅଳଙ୍କାର ଲୁଟ୍ ହୋଇଛି ନାଁ ଆଉ କିଛି ଲୁଟ୍ ହୋଇଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ତେବେ ଟାଉନ ଭିତରେ ବିଧାୟକଙ୍କୁ ଘରୁ ଲୁଟ୍ ହେବା ପୋଲିସର ପାରିବା ପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *