ଅବକାରି ବିଭାଗ କୁ ବଡ ସଫଳତା, ପ୍ରଚୁର ପରିମାଣର ନକଲି ମଦ ସହ ଦୁଇ ଗିରଫ

ଭଦ୍ରକ-ଦେବେନ୍ଦ୍ର ନାୟକ

କିଛି ଦିନ ହେବ ନକଲି ଜର୍ଦା ଠାରୁ ଆରମ୍ଭ କରି ନକଲି ମଦ ଯେମିତି ଭଦ୍ରକ ଜିଲ୍ଲା ରେ ଆତଙ୍କ ସୃଷ୍ଟି କରିଛି ପ୍ରଶାସନ ମୁଣ୍ଡ ବିନ୍ଧା ର କାରଣ ସାଜିଛି, ଅନେକ ସମୟ ରେ ପ୍ରଶାସନ ର ଭୂମିକା ମଧ୍ୟ ସଂନ୍ଦେହେ ଘେର ରେ ରହୁଛିଗତକାଲି ଭଦ୍ରକ ଅବକାରି ବିଭାଗକୁ ବଡ଼ସଫଳତା ମିଳିଛି |ବାସୁଦେବପୁର ଅବକାରୀ ନିରୀକ୍ଷକଙ୍କ ମିଳିତ ଚଢ଼ାଉରେ ପ୍ରଚୁର ନକଲି ମଦ ଜବତ କରିବାରେ ସଫଳ ହୋଇଛି |ଏହି ଚଢ଼ାଉ ଆଜି ସଖାଳେ ବାସୁଦେବପୁର ଥାନା ଅନ୍ତର୍ଗତ ମାଛହାଟ ଛକ ଓ କୋଷ୍ଟ କେନାଲ ଛକ ନିକଟରୁ 37 ଲିଟର ନକଲି ବିଦେଶୀ ମଦ ଓ 250 ଲିଟର ମହୁଲି ଦେଶୀ ମଦ ସହ ଗୋଟେ ଚାରିଚକିଆ କାର (ନମ୍ବର-OD05AT6875), ଗୋଟିଏ ଦୁଇ ଚକିଆ ହୋଣ୍ଡା ଶାଇନ ବାଇକ (ନମ୍ବର-OD01R6133) ଜବତ କରିଥିଲା ଅବକାରୀ ବିଭାଗ |ଏହି ମିଳିତ ଚଢ଼ାଉରେ ଭଦ୍ରକ ଅବକାରୀ କାର୍ଯ୍ୟାଳୟ ରେଞ୍ଜ-2 ଓଆଇସି ଭବେଶ ଦାସ, ଭଦ୍ରକ ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ସ୍ଵାତି ପଟନାୟକ, ଅବକାରୀ ନିରୀକ୍ଷକ ଭଦ୍ରକ ରେଞ୍ଜ-2 କ୍ଷିତୀଶ ଦାସଙ୍କ ସହ ଅନ୍ୟ ସହଯୋଗୀ ମାନେ ସାମିଲ ଥିଲେ |ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ସୁଗ ବାସୁଦେବପୁରର ବିଶ୍ୱଜିତ ଧୁପାଳ,ଆରତୁଙ୍ଗ ବାସୁଦେବପୁରର ମୁକ୍ତିକାନ୍ତ ନାଥ |ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ କହିଛନ୍ତି ନିରୀକ୍ଷକ ସ୍ଵାତି ପଟ୍ଟନାୟକ |

 

Leave a Reply

Your email address will not be published. Required fields are marked *