ବଣାଇଗଡ: (ଲୋକନାଥ ସାମଲ)
ବଣାଇ ବନଖଣ୍ଡ ଅଧିନସ୍ଥ,ସୋଲ ରେଞ୍ଜ ଅନ୍ତର୍ଗତ ଠାକୁର ପାଲି ଖେଳ ପଡିଆ ଠାରେ , ଆନ୍ତଃ ବନସୁରକ୍ଷା ସମିତି ମାଧ୍ୟମରେ ଏକ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଅଛି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଣାଇ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନ୍ ଯୋଗ ଦେଇଥିବା ବେଳେ , ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ, ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ, ମୁଖ୍ୟ ଅତିଥି କଂ ଦ୍ଵାରା ପ୍ରଦିପ ପ୍ରଜଳନ କରି, ସ୍ବାଗତ ଭାଷଣ ମାଧ୍ୟମରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସୋଲ ରେଞ୍ଜ ଅଧିନରେ ଥିବା ୧୫ଟି ବନ ସୁରକ୍ଷା ସମିତି ର ଖେଳାଳି ମାନେ ଯୋଗ ଦେଇ ଖେଳ ଆରମ୍ଭ କରିଥିଲେ, ଏହା କୁ ସୋଲ ରେଞ୍ଜ ରେ ଅବସ୍ଥାପିତ ଥିବା ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ, ସଂଯୋଜନା କରାଯାଇଥିଲା, କହିବା କୁ ଗଲେ ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ର ଏନ୍ତୁଡ଼ିଶାଳ, ଗ୍ରାମାଞ୍ଚଳ ଠାରୁ ନେଇ ଅଲିମ୍ପିକ ପଯ୍ୟନ୍ତ ଏଇ ମାଟିର ଅନେକ ଖେଳାଳି , ଦେଶକୁ ଗୈାରବ ଆଣି ଦେଇଛନ୍ତି
