ମିଳିଲା ଝିଅର ମୃତଦେହ

ସମ୍ବଲପୁର, :  ମିଳିଲା ଝିଅର ମୃତଦେହ । ସମ୍ବଲପୁର ମହାନଦୀର ଦଳେଇପଡ଼ା ଘାଟରେ ଗାଧୋଇବା ବେଳେ ବାପା, ପୁଅ, ଝିଅ ଭାସିଯାଇଥିଲେ।  ଶେଷରେ ୧୫ ଘଣ୍ଟାର ଅପରେସନ ପରେ ଝିଅର ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାନୁସାରେ, ସୋମବାର ପେନସନ ପଡାର ମହମ୍ମଦ ଅଲତାଫଙ୍କ ସହ ପୁଅ ଆଫତାବ ଓ ଝିଅ ରୁକସାନା ବେଗମ ଗାଧୋଇବାକୁ ଯାଇଥିବାବେଳେ ଭାସିଯାଇଥିଲେ । ପ୍ରଥମେ ଗାଧୋଇବା ବେଳେ ଭାଇ ଓ ଭଉଣୀ ଭାସିଯାଇଥିଲେ । ନିଜ ପୁଅଝିଅଙ୍କୁ ବୁଡିବାର ଦେଖି ବାପା ସେମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଥିଲେ । ତେବେ ସେ ମଧ୍ୟରେ ପାଣିରେ ଭାସି ଯାଇଥିଲେ । ତିନିଜଣଙ୍କର ପତ୍ତା ମିଳିନଥିଲା ।

ବହୁ ଖୋଜା ଖୋଜି ପରେ ବାପା, ପୁଅଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଝିଅର ପତ୍ତା ମିଳନଥିଲା । ରାତି ଅଧିକ ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ମଙ୍ଗଳବାର ପୁଣି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଶେଷରେ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *