ଆକ୍ରମଣ କଲା ଭାଲୁ, ମହିଳା ଗୁରୁତର

ଧର୍ମଗଡ : ଭାଲୁ ଆକ୍ରମଣରେ ମହିଳା ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଚପରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ମହିଳା ଜଣଙ୍କ ହେଉଛନ୍ତି କୁନି ପଟେଲ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଚପରିଆ ଗାଁର କୁନି ପଟେଲ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ । ଏହି ସମୟରେ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି । ଭାଲୁ ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *