୪ଟି ବନ୍ଧୁକ ଜବତ, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର : ବେଆଇନ ଭାବେ ରଖିଥିବା ବନ୍ଧୁକ ଜବତ । ବନ୍ୟଜନ୍ତୁ ଭୟଭୀତ କରି ଘଉଡାଇବା ପାଇଁ ରଖିଥିବା ୪ଟି ଦେଶୀ ବନ୍ଧୁକ ଜବତ କଲା ପୋଲିସ । ଜୁଜୁମୁରା ପୋଲିସ ଚଢାଉ କରି ଏହି ଦେଶୀ ବନ୍ଧୁକ ଜବତ କରିଛି । ଏହି ଦେଶୀ ବନ୍ଧୁକ ବେଆଇନ ଭାବରେ ରଖିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ହିରୋ ଗାଁର ଅଶୋକ ପଧାନ, ବାସୁପାଲିର ତରଣୀ ପଧାନ, ଘୁଡାପାଲର ସୁଶାନ୍ତ ସାହୁ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *