ଏବେ ଖୁଲମ୍‌ଖୁଲା ନୂଆ ବୟଫ୍ରେଣ୍ଡଙ୍କ ସହ କରୁଛନ୍ତି ଫଟୋ ସେୟାର…

ମୁମ୍ବାଇ : ଦିବଂଗତ ଅଭିନେତା ସୁଶାନ୍ତ ସିଂହ ଓ ଅଙ୍କିତ ଲୋଖଣ୍ଡେଙ୍କ ପ୍ରେମ କାହାଣୀ କିଏ ବା ନଜାଣିଛି । ଉଭୟଙ୍କ ପ୍ରେମ ଏକ ଟିଭି ସିରିୟଲରୁ ଆରମ୍ଭ ହୋଇଥିଲା । ଯାହାକି ବି-ଟାଉନ୍‌ରେ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । କିନ୍ତୁ ତିଷ୍ଟିନଥିଲା ଉଭୟଙ୍କ ପ୍ରେମ ସଂପର୍କ । ପଡିଗଲା ବିଚ୍ଛେଦ ଗାର, ଆଉ ଅଲଗା ହୋଇଗଲେ ଏହି ଲଭ ବାର୍ଡ । ଇତିମଧ୍ୟରେ ସୁଶାନ୍ତଙ୍କ ଦେହାନ୍ତ ହୋଇସାରିଲାଣି । ଆଉ ଅଙ୍କିତା ଲୋଖଣ୍ଡେ ଏବେ ଭିକି ଜୈନଙ୍କୁ ପ୍ରେମ କରୁଛନ୍ତି ।

ତେବେ ସୁଶାନ୍ତଙ୍କ ସହ ବ୍ରେକ ଅପ୍‌ ପରେ ଅଙ୍କିତା ଆଉ ପଛକୁ ଫେରି ଚାହିଁନଥିଲେ । ସୁଶାନ୍ତଙ୍କ ସହ ବ୍ରେକ୍‌ ଅପ୍‌ର କିଛି ଦିନ ପରେ ଭିକି ଜୈନଙ୍କ ସହିତ ପ୍ରେମ ସଂପର୍କ ଗଢିଉଠିଥିଲା । ପ୍ରଥମରୁ ଅଙ୍କିତା ଭିକିଙ୍କ ସହ ଥିବା ପ୍ରେମକୁ ଲୁଚାଛପା ରଖୁଥିଲେ । କିନ୍ତୁ ଏବେ ଧିରେ ଧିରେ  ନିଜ ପ୍ରେମକୁ ଖୁଲମ୍‌ଖୁଲା ଜାହିର କରୁଛନ୍ତି ଅଙ୍କିତା ।

ଅଙ୍କିତା କେତେବେଳେ ନିଜ ଜନ୍ମଦିନ ଭିକିଙ୍କ ସହ ପାଳନ କରୁଥିବାର ଫଟୋ ସେୟାରୁ କରୁଛନ୍ତି , ତ ଆଉ କେତେବେଳେ ରୋଡ଼ରେ ଚାଲୁଥିବାର ଫଟୋ ସେୟାର କରୁଛନ୍ତି । ଏପିରିକି କିଛି ସମୟରେ ଦୁହେଁ ଗୋଆରେ ଛୁଟି କାଟୁଥିବାର ଫଟୋ ମଧ୍ୟ ସେୟାର କରୁଛନ୍ତି । ଅଙ୍କିତାଙ୍କ ଜୀବନରୁ ସୁଶାନ୍ତ ଯିବା ପରେ ଭିକିଙ୍କ ସହ ଏକ ନୂଆ ସଂପର୍କ ଗଢିଉଠିଛି । ଯାହାକୁ ନେଇ ଅଙ୍କିତା ବହୁତ ଖୁସି ଥିବାର ମଧ୍ୟ ଫଟୋରେ ଦେଖିବାକୁ ମିଳିଥାଏ ।

ତେବେ ସୋସିଆଲ୍‌ ମିଡିଆରେ ଭିକି ଓ ଅଙ୍କିତାଙ୍କ ଫଟୋ ଦେଖି ୟୁଜର୍ସ ସୁଶାନ୍ତଙ୍କ କଥା ମନେ ପକାନ୍ତି । କିନ୍ତୁ ଅଙ୍କିତା ଏବେ ଏ ସବୁଠାରୁ ବହୁ ଦୂରକୁ ଚାଲିଯାଇଛନ୍ତି । ଆଉ କେବେବି ପଛକୁ ଫେରିବାକୁ ଚାହିଁନାହାନ୍ତି ଅଙ୍କିତା ।

Leave a Reply

Your email address will not be published. Required fields are marked *