ବଢ଼ୁଛି ତୈଳ ଦର

ଭୁବନେଶ୍ବର : ଗତ ଏକ ସପ୍ତାହେ ହେଲା ପୁଣି ଥରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଉତ୍ପାଦନ କମ୍‌ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି କୁହାଯାଉଛି। ତେବେ ଏହାକୁ ନେଇ ନା ରାଜନୈତିକ ମହଲ ନା ଜନସାଧାରଣଙ୍କ ମଧ୍ୟରେ କୌଣସି ପ୍ରତିକ୍ରିୟା ରହିଛି। ଅର୍ଥନୈତିକ ବିଶାରଦମାନେ ଆକଳନ କଲେଣି ଆଗକୁ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିବାର ସମ୍ଭାବନା କମ୍‌। ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥାଗୁଡିକ ସପ୍ତାହେ ହେଲା ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଚାଲିଛନ୍ତି। ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ବରରେ ପେଟ୍ରୋଲ ଉପରେ ୨୫ ପଇସା ଦର ବୃଦ୍ଧି ପାଇଥିବା ବେଳେ ଡିଜେଲ ଉପରେ ୩୩ ପଇସା ବଢ଼ିଛି। ଫଳସ୍ବରୂପ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଦର ୧୦୩.୨୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୯ ଟଙ୍କାରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *