କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁରେ ବିଳମ୍ବିତ ରାତିରେ ବଡ ଧରଣର ଡକାୟତି । ୧୦ରୁ ଅଧିକ ମୁଖା ପିନ୍ଧା ଡକାୟତ ଏକ ବୋଲେରୋରେ ଆସି ଖୁଟୁଲୁମୁଣ୍ଡା ଯୌବନ ବାଗଙ୍କ ଘରେ ପଶି ନଗତ ୧୦ ହଜାର ଓ ୪ ଭରି ସୁନା ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ଯୌବନ ବାଗଙ୍କ କହିବା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ୧୦ରୁ ଅଧିକ ମୁଖା ପିନ୍ଧା ଡକାୟତି ଆସିଥିଲେ । ସେମାନେ ପ୍ରଥମେ ଘରର ମୁଖ୍ୟ ଗେଟ୍ ରେ ଲାଗିଥିବା ତାଲାକୁ ଭାଙ୍ଗିଥିଲେ । ହାତରେ ଧାରୁଆ ମାରଣାସ୍ତ୍ର ଧରି ଘର ଲୋକଙ୍କୁ ଭୟଭୀତ କରି ଟଙ୍କା ଓ ସୁନା ନେଇ ଯାଇଥିଲେ । ଡକାୟତିର ଶିକାର ହୋଇଥିବା ଲୋକ ପୋଲିସକୁ ଖବର ଦେଇଦେବେ ବୋଲି ଭାବି ଡକାୟତମାନେ ସମସ୍ତଙ୍କ ଫୋନ୍ ମଧ୍ୟ ନେଇ ଯାଇଥିଲେ । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
