ସାଙ୍ଗ ସହ ଶୁଆ ଆଣିବାକୁ ଯାଇ ଫେରିନଥିଲେ

କଟକ  : ଶେଷରେ ୪ ଦିନ ପରେ ମିଳିଳା ନିଖୋଜ ବିକାଶଙ୍କ ମୃତଦେହ । କଟକ ତିନିଘରିଆ ଅଞ୍ଚଳରେ ଏକ ପରିତ୍ୟକ୍ତ ଦଳଗାଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ମର୍କତନଗର ସେକ୍ଟର-୭ ଅଞ୍ଚଳର ବିକାଶ ଗୋଚ୍ଛାୟତ ।

ବିକାଶ ଗଲା ୪ ଦିନ ହେଲା ନିଖୋଜ ଥିବା ତାଙ୍କ ପରିବାର ଲୋକେ ପୁଲିସ୍‌କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନଥିଲା । ଶୁଆ କିଣିବାକୁ କହି ବିକାଶକୁ ଡାକି ନେଇଥିବା ସାଙ୍ଗ ହିଁ ତାକୁ ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଏବଂ ମୃତଦେହ ଅବସ୍ଥାକୁ ଦେଖିଲା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଆଶଙ୍କା କରିଛି । ପୂର୍ବରୁ ଏନେଇ ପରିବାର ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହୋଇଥିଲା । ସୂଚନା ଥାଉକି ୪ ଦିନ ତଳେ ସାଙ୍ଗ ସହ ଶୁଆ କିଣିବାକୁ ଜଗତସିଂହପୁର ଯାଇଥିଲେ ବିକାଶ । ଏହା ପରଠୁ ସେ ଆଉ ଘରକୁ ଫେରିନଥିଲେ ।

Leave a Reply

Your email address will not be published. Required fields are marked *