ପୋଲିସର ଗୁଇନ୍ଦା ଜବାନଙ୍କୁ ଗୁଳି କରି ହତ୍ୟା କଲେ ଲାଲ୍ ବାହିନୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ପୋଲିସର ଗୁଇନ୍ଦା ଜବାନଙ୍କୁ ଗୁଳି କରି ହତ୍ୟା କଲେ ଲାଲ୍ ବାହିନୀ । ଦନ୍ତେୱାଡା ଜିଲ୍ଲା ଟେଟମ ଗାଁରେ ଘଟିଛି ଏଭଳି ମାଓ ହିଂସା ।

ମଙ୍ଗଳବାର ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ଟେଟମ ଗାଁରେ ପହଞ୍ଚି ଉମେଶ ମାଡକମ ନାମକ ଜଣେ ଗୁଇନ୍ଦା ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି । ଟେଟମ ଗାଁରେ ସିଆରପିଏଫ କ୍ୟାମ୍ପ ସ୍ଥାପନ ହେବା ଲାଗି ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଉମେଶ । ନକ୍ସଲପନ୍ଥୀଙ୍କ ଏହି ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଶବ ଉଦ୍ଧାର କରିଛନ୍ତି । ନକ୍ସଲପନ୍ଥୀଙ୍କୁ ଧରିବା ଲାଗି ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ।

Leave a Reply

Your email address will not be published. Required fields are marked *