ଢ଼ାବା ରୋଷେଇୟାଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ସରସପଶି ଛକ ନିକଟରେ ବୁଧବାର ଭୋରରୁ ଅଜଣା ଗାଡ଼ି ଧକ୍କାରେ ଜଣେ ଢ଼ାବା ରୋଷେଇୟା ଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଯାମୁଦା ଗ୍ରାମର ସନ୍ତୋଷ କୁମାର ନାଏକ ବୋଲି ଜଣାପଡିଛି । ସେ ଏକ ଢ଼ାବାରେ ରୋଷେଇୟା ଭାବେ କାର୍ୟ୍ୟ କରୁଥିବା ବେଳେ ବୁଧବାର ଭୋର ସମୟରେ ଶୌଚ ହେବା ପାଇଁ ରାସ୍ତାର ଅପର ପାର୍ଶ୍ଵକୁ ଯାଉଥିବା ବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *