ଚାଲିଗଲା ଦୁଇ ଗାଈଙ୍କ ଜୀବନ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ନୂଆପଡା ଗାଁରେ ଅଘଟଣ । ସର୍ଟ ସର୍କିଟ୍ ଯୋଗୁଁ ଚାଲିଗଲା ଦୁଇ ଗାଈଙ୍କ ଜୀବନ । ଆଳି ଥାନା ଅନ୍ତଗର୍ତ ନୂଆପଡା ଏକ ଟ୍ରାନ୍ସଫର୍ମରଠାରେ ତାର ଛିଣ୍ଡି ପଡିଥିଲା । ତେବେ ବିଦ୍ୟୁତ ବିଭାଗ ମରାମତି କରି ନଥିବାରୁ ନୂଆପଡା ଗାଁର ଅର୍ଜୁନ ଦାସ ଓ ଅମୂଲ୍ୟ ଦାସ ଦୁଇଟି ଗାଈଙ୍କ ଜୀବନ ଚାଲିଯାଇଛି । ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି । ଗାଁର ଶତାଧିକ ଲୋକ ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବିରେ ଟାୟାର ଜାଳି ନୂଆପଡା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *