ଜଳିଗଲା ଦୁଇ ବଖରା ଘର

ନରସିଂହପୁର  : ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡାପାଟଣା ହରିଜନ ସାହିର ଟିମ୍ ନାଏକ ଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି ।

ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଏବଂ ଆସବାବପତ୍ର ସବୁ ଜଳିଯିବା ସହିତ ୪ ରୋଟି ଛେଳି ଜୀବନ୍ତ ଜଳି ଯାଇଥିବା ସୂଚନା । ଖବର ପାଇ ନରସିଂହପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ଏଥିରେ ଆଉ କେତେ କ୍ଷୟକ୍ଷତି ହୋଇଛି ତା ସ୍ପଷ୍ଟ ହୋଇନି ।

Leave a Reply

Your email address will not be published. Required fields are marked *