ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଖୋର୍ଦ୍ଧା  : ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା-ବାଟମଙ୍ଗଳା ଓଭରବ୍ରିଜରେ ଘଟିଛି ଦୁର୍ଘଟଣା । ସ୍କୁଟିରେ ଭୁବନେଶ୍ବରରୁ ଡିଙ୍ଗର ଅଭିମୁଖେ ଆସୁଥିବା ବେଳେ ଦମ୍ପତ୍ତିଙ୍କ ଟ୍ରକ୍ ଧକ୍କା ଦେଇଛି । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମହିଳାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *