ସାନଖେମୁଣ୍ଡି, : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବଡଖଣ୍ଡି ଆରଆଇ ଅଫିସ ଓ ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ପୃଥକ ପୃଥକ ଚୋରୀ ଘଟଣାରେ ହିଞ୍ଜିଳି ପୋଲିସକୁ ମିଳିଛି ବଡ଼ ସଫଳତା। ଥାନା ଅଞ୍ଚଳରେ ବାରମ୍ବାର ଚୋରି ଅଭିଯୋଗ ପରେ ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଟିମ ଗଠନ କରି ତଦନ୍ତ ଚଳାଇ ଥିଲା ପୋଲିସ । ହିଞ୍ଜିଳି ପୋଲିସ ୪୫୭/୩୮୦ ରେ ମାମଲା ରୁଜୁ କରି ୬ ଜଣକୁ ଗିରଫ କରିଥିବା ଜଣାପଡ଼ିଛି।
ସେମାନଙ୍କ ନିକଟରୁ ଲାପଟପ୍, ପ୍ରିଣ୍ଟର, ପମ୍ପ ସେଟ, ଗୋଟିଏ XL ମୋଟର ସାଇକେଲ ଜବତ କରିଛି ପୋଲିସ। ଚୋରି କରିଥିବା ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ।
