ଆନ୍ଦୋଳନ ବ୍ୟୁର : ଭାରତବର୍ଷର ଆଇନର ସ୍ବଛତାର ପ୍ରମାଣ ଦେଉଛି ନିର୍ଭୟା ମାମଲା । ଆମ ସମ୍ବିଧାନ କହୁଛି ନିର୍ଦୋଶୀ ଦଣ୍ଡ ନପାଉ ବରଂ ଦଣ୍ଡବିଧାନରେ ବିଳମ୍ବହେଉ ା ଯାହା ଦେଖିବାକୁ ମିଳୁଛି ନିର୍ଭୟା ମାମଲାରେ ଉକ୍ତ୪ଜଣ ଯୁବକ ବାସ୍ତବରେ ଦୋଶିକି ନୁହଁ ତାକୁ ପରଖା ଚାଲିଛି ା ଜଦି ଉକ୍ତ୪ଜଣ ଦୋଶି ହୋଇଥିବେ ତାହାଲେ ତାଙ୍କୁ କେହି ଫାଶିରୁ ବଞ୍ଚାଇପାରିବେ ନାହିଁ ା ନିର୍ଭୟା ମାମଲାରେ ଅଦ୍ୟାବଧି ଫାଶୀ ଦଉଡି ଏବଂ ଦୋଷୀଙ୍କ ମଝିରେ ଓକିଲ ସାଜିଛନ୍ତି ଶକ୍ତ କାନ୍ଥ । ୭ ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ଚଳନ୍ତା ବସରେ ୬ ଜଣ ସଇତାନ ମିଶି ପାରାମେଡିକାଲ୍ ଛାତ୍ରୀ ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ନିର୍ଭୟାଙ୍କ ବିରୋଧ କରିବା ପରେ ସଇତାନମାନେ ଲୁହା ରଡ୍ ରେ ଅତି ବର୍ବରତାର ସହ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ । ନିର୍ଭୟାଙ୍କ ବନ୍ଧୁଙ୍କୁ ମାରପିଟ୍ କରି ଚଳନ୍ତା ବସ୍ ରୁ ଠେଲି ଦେଇଥିଲେ । ୭ ବର୍ଷ ତଳେ ଏହି ଘଟଣା ଦେଶବାସୀଙ୍କ ମନରେ ଗଭୀର ଆଘାତ ଦେଇଥିଲା । ସମସ୍ତେ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲିବା ପାଇଁ ଦେଖିବାକୁ ଚାହୁଁଥିବା ବେଳେ ଓକିଲ ଏପି ସିଂହ ଦୋଷୀଙ୍କୁ ଫାଶୀରୁ ବଞ୍ଚାଇବାର ଦାୟିତ୍ୱ ନେଇଥିଲେ । ନିର୍ଭୟା ଦୋଷୀଙ୍କୁ ତୃତୀୟ ଥର ପାଇଁ ଡେଥ୍ ୱାରେଣ୍ଟ୍ ଜାରି ହେବା ସମୟରେ ମିଡିଆକୁ ସାକ୍ଷାତକାର ଦେଇ ଓକିଲ କହିଥିଲେ ମୁଁ ପରମାତ୍ମା ନୁହେଁ କି ଯମରାଜ ନୁହେଁ , ମୁଁ ଜଣେ ଓକିଲ ଯାହା ମୋ କ୍ଲାଇଣ୍ଟ୍ ମୋତେ କରିବାକୁ କହିବେ ତାଙ୍କୁ ସମ୍ବିଧାନ ଅନୁଯାୟୀ ସବୁ ବିକଳ୍ପ ଯୋଗାଇଦେବି । ଓକିଲ ଏପି.ସିଂହଙ୍କୁ ତାଙ୍କ ମା’ ନିର୍ଭୟା କେସ୍ ଲଢିବା ପାଇଁ କହିଥିବାର ସେ କୁହନ୍ତି । ସେ କୁହନ୍ତି , ଦୋଷୀ ଅକ୍ଷୟ ସିଂହର ପତ୍ନୀ ବିହାରର ତିହାର୍ ଜେଲ୍ ଯାଇଥିବା ବେଳେ ତାଙ୍କୁ କେହି ମୋ ଫୋନ୍ ନମ୍ବର ଦେଇଥିଲେ । ଯାହାପରେ ସେ ଆମ ଘରକୁ ଆସି ମୋ ମା’ଙ୍କ ସହ ଦେଖାହୋଇ ନ୍ୟାୟ ଭିକ୍ଷା କରିଥିଲେ । ମୁଁ ମା’ଙ୍କୁ ବୁଝାଇଥିଲି ଯେ ଏହାର ପରିଣାମ ଭୟାବହ ହୋଇପାରେ କିନ୍ତୁ ମା’ ଅକ୍ଷୟଙ୍କ ପତ୍ନୀଙ୍କୁ ନ୍ୟାୟ ଦେବା ପାଇଁ ମୋତେ କହିଥିଲେ । ୨୦୧୩ ସେପ୍ଟେମ୍ବରରେ କୋର୍ଟରେ ନ୍ୟାୟାଧିଶଙ୍କୁ ଓଲଟା ଯବାବ୍ ଦେଇ ଖୁବ୍ ଚର୍ଚ୍ଚାରେ ରହିଥିଲେ ଏପି ସିଂହ । ।
