ଜଳେଶ୍ୱର : ( ସଂଜୟ ଦାସ ) ବଦଳିଛି ସମୟ କିନ୍ତୁ ବଦଳି ନାହିଁ ମଣିଷ ମାନସିକତା ଅଭିୟାସର ପ୍ରକୃତି । ରାଜ୍ୟରେ ଦିନକୁ ଦିନ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି ଦୁଷ୍କର୍ମ ର ଛିଟା । “କରୋନା” ବିପତ୍ତି ବେଳ ପୁଣି ଲଜ୍ଜା । ନୂଆ ନୂଆ ଜିଲ୍ଲାପାଳ ଦାଇତ୍ୱ ପାଇଥିବା ସରପଞ୍ଚଙ୍କ ଭାଇ କଲେ ଦୁଷ୍କର୍ମ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଏରିୟାର ଘଟଣା । ଜଳେଶ୍ୱର ନେତୁଆ ପଞ୍ଚାୟତର ମହିଳା ସରପଞ୍ଚଙ୍କ ଭାଇ କମାରସଲିଆ ଗାଁର ମଧୁସୂଦନ ଗିରିଙ୍କ ପୁଅ ହୃଷିକେଶ ନିଜ ଗାଁର ଜଣେ ବିବାହିତା ମହିଳାଙ୍କ ସ୍ୱାମୀର ଅନୁପସ୍ଥିତି ସୁଯୋଗ ନେଇ ବିଭିନ୍ନ ସମୟରେ ଭୟଭିତ କରାଇବା ସହ ନିଜକୁ ସରପଞ୍ଚର ଭାଇ ପାୱାର ଦେଖାଇ ମୋ ସହିତ ଶାରୀରିକ ସମ୍ପର୍କ ନରଖିଲେ ତ ପିଲାକୁ ଜୀବନରୁ ମାରିଦେବୀ ଧମକ ଦେଇ ବାରମ୍ବାର କରିଥିଲେ ଦୁଷ୍କର୍ମ । ଶେଷରେ ମହିଳା ଜଣକ ଆଜି ସକାଳୁ ଶୌଚ ପାଇଁ ଯାଇଥିବା ଦେଖି ସରପଞ୍ଚ ଭାଇ ହୃଷିକେଶ ପୂର୍ବ ସମ୍ପର୍କର ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରିବେବାର ଧମକ ଦେଇ ସେଠାରେ ବି ପଛେଇଲେନି ଦୁଷ୍କର୍ମ କରିବାକୁ । ମହିଳା ପାଟି କରିବାରୁ ହୃଷିକେଶ ଘଟଣା ସ୍ଥଳରେ ନିଜ ବାଇକ ଛାଡି ପଳାଇଥିଲେ । ଘଟଣା ସମ୍ପର୍କରେ ମହିଳା ଜଣକ ନିଜ ସ୍ୱାମୀକୁ ସବୁ କଥା କହିଥିଲେ । ମହିଳା ଜଣକ ଥାନରେ ଲିଖିତ ଅଭିଯୋଗ ପରେ ୧୯୦/୨୦ ମୂଳେ ମାମଲା ରୁଜୁ ପରେ ହୃଷିକେଶ ଗିରଫ । ଗିରଫ ହୃଷିକେଶ ମଧ୍ୟରେ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀ ନାଁରେ ମାର୍ପିଟ ଭଳି ଏକ ଲିଖିତ ଅଭିଯୋଗ କରିଛନ୍ତି ୧୯୧/୨ ମୂଳେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି ।
