ଭୂବନେଶ୍ବର : ପୁଣି ବଦନାମ ହେଲା ସାମ୍ବାଦିକତା , କାଠଗଡାରେ ଜାଲି ସାମ୍ବାଦିକ , ଛତୁଫୁଟିଲା ପରି ୱେବ ମିଡିଆ ରାଜ୍ୟରେ ଗଢିଉଠିଥିବା ବେଳେ ଆଜି କମିସନରେଟ ପୋଲିସ ହାତରେ ୬ ଜାଲି ସାମ୍ବାଦିକ ା କେନ୍ଦ୍ର ସରକାର ଦୁଇଟି ସଂସ୍ଥାକୁ ଏକ ଗଣ ମାଧ୍ୟମକୁ ରେଜିଷ୍ଟ୍ରେସନ ଦେବାର ସ୍ବୀକ୍ରୁତି ଦେଇଥିବା ବେଳେ ରାଜ୍ୟରେ ବିନା ରେଜିଷ୍ଟେସନରେ ଚାଲିଛି ମେଞ୍ଚା ମେଞ୍ଚା ଗଣ ମାଧ୍ୟମ ସଂସ୍ଥା । ତେବେ ପୁଲିସ ଏମାନଙ୍କୁ ପ୍ରଥମରୁ ନଧରି ଖୋଲା ଖୋଲି ଛାଡିଦେବା ଏବଂ ପରେ ସେମାନଙ୍କୁ ଧରି ସାମ୍ବାଦିକ ବୋଲି କହିବା କଣ ଠିକ୍ ? ମିଳିଥିବା ସୂଚନା ମୂଳେ ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନୀର ମାଲିକ ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଭୁବନେଶ୍ୱରରୁ ୫ ଜଣ ସାମ୍ବାଦିକ ଓ ଜଣେ ଡ୍ରାଇଭରକୁ ଗିରଫ୍ କରିଛି । ପୋଲିସ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା ଜବତ୍ କରିଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଂକର ଦାଶ କହିଛନ୍ତି କି ଏହି ୬ ଜଣ ଯାକ ବିଭିନ୍ନ ୱେବ୍ ଚ୍ୟାନେଲର ସାମ୍ବାଦିକଥିଲେ । ଜଣେ ଘିଅ କମ୍ପାନୀର ମାଲିକଙ୍କ ବିରୋଧରେ ଖବର ପ୍ରସାରଣ କରିଦେବାର ଧମକ ଚମକ୍ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ୍ କରାଯାଇଛି । ଏହା ସହ ୨ ଟି ଗାଡି ବି ଜବତ୍ କରାଯାଇଛି । ସେପଟେ ସେମାନେ କାମ କରୁଥିବା ଚ୍ୟାନେଲର କାର୍ଯ୍ୟାଳୟ ଉପରେ ବି ଚଢାଉ ଜାରି ରହିଛି । ଭୁବନେଶ୍ୱର ଡିସିପି କହିଛନ୍ତି କି ଏନେଇ ବିଧିବଦ୍ଧ ଭାବେ ତଦନ୍ତ କରାଯାଉଛି । ଏହା ପରେ ଅଣ- ପଞ୍ଜିକୃତ ୱେବ୍ ଚ୍ୟାନେଲ ମାନଙ୍କର ଏକ ଡାଟା ପ୍ରସ୍ତୁତ କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଜିବ ା
