ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜସ୍ବ ଅନ୍ତର୍ଗତ ବାଘମରା ଅଞ୍ଚଳରେ ବେଆଇନ କ୍ରସର ଉପରେ ଚଢାଉ । ନୀଳଗିରି ତହସିଲଦାର ପୋଲିସ ଫୋର୍ସ ନେଇ ଅଚାନକ ଚଢ଼ାଉ କରିଛନ୍ତି। ଲକ୍ଷାଧିକ ଟଙ୍କାର ଚିପ୍ସ ଓ ପଥର ଜବତ କରିବା ସହ କ୍ରସର ୟୁନିଟକୁ ସିଲ୍ କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ସ୍ବର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରେ ନିକଟରେ କିଛିଦିନ ଧରି ବେଆଇନ ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ବାହାରୁଥିବା ପଥର ସବୁ କିଛି ବେଆଇନ ଭାବେ କ୍ରସର ୟୁନିଟକୁ ଦିଆଯାଇଥାଏ। ଏପରିକି ଗତ ୨୦୨୦ ମସିହା ମାର୍ଚ୍ଚମାସ ୧୯ ତାରିଖରେ ରାଜସ୍ବ ବିଭାଗ ଚଢ଼ାଉ କରି କ୍ରସର ୟୁନିଟରେ ନାଲି ପତାକା ଝୁଲାଇଥିଲେ। ପୁଣି କ୍ରସର ୟୁନିଟଟି ଚାଲିବାରୁ ଏନେଇ ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ। ଗୁରୁବାର ପୁଣି ପୋଲିସ ଫୋର୍ସ ନେଇ ତହସିଲଦାର ଅଚାନକ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କାର ପଥର ଜବତ କରିବା ସହ କ୍ରସର ୟୁନିଟକୁ ସିଲ୍ କରିଦେଇଛନ୍ତି । ତେବେ ଅଭିଯୋଗକୁ କ୍ରସର ମାଲିକ ଖଣ୍ଡନ କରୁଥିବା ବେଳେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି।
