ତଦନ୍ତ କରୁଥିବା ସମୟରେ ପୋଲିସକୁ ଆକ୍ରମଣ ଉଦ୍ୟମ

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗରେ ତଦନ୍ତ କରୁଥିବା ସମୟରେ ପୋଲିସକୁ ଆକ୍ରମଣ ଉଦ୍ୟମ । ତିନିଜଣ ଗିରଫ ହୋଇ କୋର୍ଟ ଚାଲାଣ । ପୁରୀ ବାସେଳୀ ସାହି ଥାନା ଅଧିକାରୀ କୁଳମଣି ସେଠୀ ଓ ପୋଲିସ ଫୋର୍ସ ଏକ ଏନଡ଼ିପିଏସ ମକଦମାର ତଦନ୍ତ ପାଇଁ ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଗ୍ରାମକୁ ଯାଇଥିଲେ । ସେହି ସମୟରେ ଗ୍ରାମର ଧର୍ମେନ୍ଦ୍ର, ଜିତେନ୍ଦ୍ର ଏବଂ ଲଷ୍ମୀଧର ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ସହ ତଦନ୍ତରେ ବାଧା ସୃଷ୍ଟି କରିଥିଲେ ! ପରେ ପିପିଲି ଏସଡ଼ିପିଓ ଦେବଦତ୍ତ ବରାଳ, ଡେଲାଙ୍ଗ ଥାନାଧିକାରୀ ଅଧିକ ଫୋର୍ସ ସହିତ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *