୨୫୫ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପିପିଲି ଅଞ୍ଚଳରୁ ୨୫୫ ଗ୍ରାମ୍ ବ୍ରାଉନସୁଗାର ଜବତ । ଏହାସହିତ ଘଟଣାରେ ଜଣଙ୍କୁ ଗିରଫ କରିବା ସହ ୫ ହଜାର ଟଙ୍କା ଜବତ ହୋଇଛି । ଏନେଇ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ପିପିଲି ଅଞ୍ଚଳରେ ବ୍ରାଉନ୍‌ସୁଗାର ବେପାର ହେଉଥିବା ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ୨୫୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଥିଲେ । ଏହା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଗିରଫ ବ୍ୟକ୍ତି ହେଲେ ଭବାନୀପୁର ଦେବୀଗଳିର ଜଗବନ୍ଧୁ ବଇ । ତାଙ୍କ ଠାରୁ ଜବତ ହୋଇଥିବା ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ।

Leave a Reply

Your email address will not be published. Required fields are marked *