କେନ୍ଦୁଝର : ତୀରମାଡ଼ରେ ଯୁବକ ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପାନ୍ତ ଝାଟିକିଡିହା ଗାଁରେ ଅଭାବନୀୟ ଘଟଣା । ମହୁଲ ତୋଳାକୁ କେନ୍ଦ୍ର କରି ଘଟଣା ଘଟିଛି ।
କାଠିଆ ମଢେଇ ସବୁଦିନ ଭଳି ଆଜି ସକାଳୁ ମହୁଲ ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ମହୁଲ ତୋଳାକୁ କେନ୍ଦ୍ରକରି ପୂର୍ବରୁ ରାଗ ରଖିଥିବା ଅଭିମନ୍ୟୁ ଦାସ ସେଠାରେ ଜଗି ରହିଥିଲା । ସେ କାଠିଆ ଉପରେ ମରଣାନ୍ତକ ଆକ୍ରମଣ ସହ ତୀର ମାଡ଼ କରିଥିଲା ।
ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଆନନ୍ଦପୁର ମେଡ଼ିକାଲ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
