ଆନନ୍ଦପୁର : ଆନନ୍ଦପୁର ବୈତରଣୀ ନଦୀର ଅମାରଙ୍ଗ ଘାଟ ନିକଟରେ ନଦୀ ମଝିରେ ଜଣେ ମହିଳାଙ୍କ ଅଧା କଟା ମୃତଦେହ ଭାସୁଛି । ଶୁକ୍ରବାର ମଧ୍ୟାହ୍ନରେ କିଛି ଲୋକ ନଦୀକୁ ଯାଇଥିବା ସମୟରେ ନଦୀ ମଝିରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।
ଭାସୁଥିବା ମୃତଦେହ ଜଣେ ମହିଳାଙ୍କର ଅଧା ଶରୀର ହୋଇଥିବା ଜଣାପିଡିଛି । ଅଣ୍ଟାଠାରୁ ତଳକୁ ରହିଥିବା ବେଳେ ଶରୀରର ଉପର ଅଂଶର କୌଣସି ସନ୍ଧାନ ମିଳିନାହିଁ । ସ୍ଥାନୀୟ ଲୋକେ ସଂପୃକ୍ତା ମହିଳାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗା ଯାଇଥିବା ସନ୍ଦେହ କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ମୃତଦେହର କୌଣସି ପରିଚୟ ମିଳିପାରିନାହିଁ ।
