ରାଶନ କାର୍ଡ ନା ରେ ଠକେଇ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ପଞ୍ଚାୟତରେ ଚାଲିଛି ଠକେଇ । ସେ ବି ଖୋଲମ ଖୋଲା ଭାବରେ । ରାଶନ୍ କାର୍ଡ ଦେବା ନା’ରେ କରୁଛନ୍ତି ଘୋଟାଲା । ରାଶନ୍ କାର୍ଡ୍ ପାଇଁ ପ୍ରଥମ ଦିନରେ ମାଗିଲେ ୩୦ ଟଙ୍କା ଆଉ ଦ୍ବିତିୟ ଦିନରେ ମଗାଗଲା ୨୦ ଟଙ୍କା । ଆମେ ଅଞ୍ଚଳଗୁମା ପଞ୍ଚାୟତର ସରପଞ୍ଚଙ୍କୁ ପଚାରି ବୁଝିଥିଲୁ, କିନ୍ତୁ ସେ କହିଥିଲେ ତା’ ବିଷୟରେ କିଛି ଜାଣିନାହାଁନ୍ତି । ଏ ବାବଦରେ ଆମେ ମଧ୍ୟ ଇଓଙ୍କୁ କଲ୍ କରିଥିଲୁ କିନ୍ତୁ ଇଓ ବାବୁ ଫୋନ୍ ଉଠାଇ ନଥିଲେ । ଶ୍ରୀ କ୍ରିଷ୍ଣା ଏସଏଚଜି ଗ୍ରୁପ୍ ତରଫରୁ ରମାକାନ୍ତ ବିଶୋଇ କାର୍ଡ୍ ବାଣ୍ଟି ୨୦ ରୁ ୩୦ ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି । ତାହା ବି ଖୁଲମ୍ ଖୋଲ୍ଲା । କିଛି ମହିଳା ପଚାରିବାରୁ ସେ କୈାଣସି ଉତ୍ତର ଦେଇନଥିଲେ । ଆମେ ବି ପଚାରିଥିଲୁ, ଯେ କାର୍ଡ୍ ଯଦି ଆପଣ ଦେଉଛନ୍ତି ତେବେ ସରପଞ୍ଚ ଜାଣିନାହାଁନ୍ତି କାହିଁକି ? ସେଠାରୁ ବି କିଛି ଉତ୍ତର ମିଳିନଥିଲା । ଆମେ ମଧ୍ୟ ପଚାରିଥିଲୁ ଯେ, ଯଦି ଆପଣ ଛପାଇଛନ୍ତି ତେବେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେହି ରସିଦ ଦେଖାନ୍ତୁ । ଏହା ସାଧାରଣ ଲୋକମାନେ ଜାଣିବା ଉଚିତ୍ । ଏହି କଥାରେ ମଧ୍ୟ ସେ ସିଧାସିଧା ଭାବେ ମନା କରି ଦେଇଥିଲେ, ଯେ ଆମେ କିଛି ରସିଦ ଦେଇ ପାରିବୁ ନାହିଁ  ? କୋଉ ଗଣମାଧ୍ୟମକୁ ଦେବାର ଅଛି ଦିଅନ୍ତୁ ଆମେ କୋଉ ଗଣମାଧ୍ୟମକୁ ଡୁରୁନୁ, ଏହିପରି କିଛି ଉତ୍ତର ଆସିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ, ସରପଞ୍ଚ ଜାଣିକି ବି ଅଜଣା ହେଉ ନାହାଁନ୍ତି ତ ? ପଞ୍ଚାୟତରେ ଏମିତି କରି ଗରିବ ଲୋକମାନଙ୍କୁ ଠକା ଯାଉନି ତ ? ଏମିତି କେତେ ପ୍ରଶ୍ନ ମନକୁ ଆସୁଛି, ତେବେ କ’ଣ ପାଇଁ ପଇସା ମଗା ଗଲା ଯଥାଶୀଘ୍ର ଏନେଇ ଯାଞ୍ଚ କରନ୍ତୁ ବୋଲି ଆମର ଅନୁରୋଧ ।

Leave a Reply

Your email address will not be published. Required fields are marked *