ପ୍ରଶାସନର ଆଢ଼ୁଆଳରେ ଝିରପାଣି ଗାଁ,ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ବଣାଇ: ରିପୋର୍ଟ (ଲୋକନାଥ ସାମଲ)
ଵଣାଇ ଉପଖଣ୍ଡ କୋଇଡା ବ୍ଲକ୍ ଅନ୍ତର୍ଗତ ଝିରପାଣି ଗାଁ ରେ ଦେଖିବାକୁ ମିଳିଛି ଏକ ସ୍ପର୍ଶକାତର ଘଟଣା,
ଓଡ଼ିଶା ଓ ଝାଡ଼ଖଣ୍ଡ ସିମାନ୍ତ ଝିରପାଣି ଗ୍ରାମ ର କୁମ୍ଭାର ସାହିରେ ବାସ କରନ୍ତି ଶୁକୁନି , ଆଜି ସକାଳେ ଅଧିକ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଡକାଯାଇଥିଲା, କିନ୍ତୁ ଦୁଃଖର ବିଷୟ ଗାଁ କୁ ଗାଡ଼ି ଯିବା ପାଇଁ ରାସ୍ତା ନଥିବାରୁ, ଗାଁ କୁ ଆମ୍ବୁଲାନ୍ସ ଯାଇପାରିନଥିଲା, ଶେଷରେ, ଯନ୍ତ୍ରଣା ରେ ଛଟପଟ ହେଉଥିବା ମହିଳା କୁଂ ଗ୍ରାମ ର ଯୁବକ କଂ ସହାୟତା ରେ ଦୀର୍ଘ ୧କିଲୋମିଟର ରାସ୍ତା ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇବା ପରେ କୋଇଡା ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।
ଖଣି, ଖାଦାନ ଭରା ଓଡ଼ିଶାର ଧନୀ ବ୍ଲକ ରେ ଗରିବ ର ଏଭଳି ନଗ୍ନ ଚିତ୍ର ଦେଖି ପ୍ରଶାସନ କୁ ଅନେକ ଉପହାସ କରିଛନ୍ତି,ଡି, ଏମ୍, ଏଫ୍,ଫଣ୍ଡର କୋଟି କୋଟି ଟଙ୍କା କିଭଳି ଖର୍ଚ୍ଚ ହେଉଛି ଏଥିରୁ ଅନୁମାନ କରାଯାଉଛି, ପରବର୍ତ୍ତୀ ସମୟରେ ପ୍ରଶାସନିକ ଅଧିକାରୀ ଦୃଷ୍ଟିଦେଇ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିବାକୁ ଵୁଦ୍ଧୀ ଯିବି ମହଲରେ ଦାବି କରାଯାଉଛି

Leave a Reply

Your email address will not be published. Required fields are marked *