ନୂଆଦିଲ୍ଲୀ, ୨୭/୦୮: ସ୍କୁଲ୍ ଭିତରେ ଜଣେ ନବମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କରାଯାଇଛି । ଏହିଭଳି ଏକ ଜଘନ୍ୟ କାଣ୍ଡ ଛତିଶଗଡ଼ର ଏକ ସ୍କୁଲ୍ରେ ଘଟିଛି । ଏହି ହତ୍ୟା ଦୁଇଜଣ ନାବାଳକ କରିଥିବା ଅଭିଯୋଗ ହୋଇଛି । ରାୟଗଡ଼ା ସହରର ଏକ ସରକାରୀ ସ୍କୁଲ୍ରେ ଆଶ୍ଚର୍ଯ୍ୟ ହୋଇଗଲା ଭଳି ଏହି ହତ୍ୟାକାଣ୍ଡ ଘଟିଛି ।
ରାୟଗଡ଼ାର ରାମଭଟ୍ଟ ଅଞ୍ଚଳରେ ମଙ୍ଗଳବାର ଦ୍ୱିପ୍ରହରରେ ଏହି ଘଟଣା ଘଟିଥିଲା । ପ୍ରେମ ବ୍ୟାପାରକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ ପ୍ରାଥମକ ତଦନ୍ତରୁ ଜଣାପଡ଼ିଛି । ପୋଲିସ୍ ଏନେଇ କହିଛି ଯେ, ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରାଯାଉଛି । ମଙ୍ଗଳବାର ରାତିରେ ଦୁଇ ସନ୍ଦିଗ୍ଧ ନାବାଳକଙ୍କୁ ପୋଲିସ ଧରିଛି । ଦୁଇଜଣ ଯାକ ୧୭ ବର୍ଷିୟ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ସ୍କୁଲ୍ରେ ଲଞ୍ଚ ବ୍ରେକ୍ ପରେ ଏହି ଛାତ୍ର ଜଣକ ସ୍କୁଲ୍ ପରିସରରେ ହିଁ ଥିଲେ । ଏହି ସମୟରେ ଅଭିଯୁକ୍ତ ଦୁଇ ଛାତ୍ର ସେଠାରେ ପହଞ୍ଚିଥିଲେ । କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ହଠାତ୍ ଦୁଇ ଅଭିଯୁକ୍ତ ଛୁରି ବାହାର କରି ନବମ ଶ୍ରେଣୀ ଛାତ୍ର ଉପରେ ଆକ୍ରମଣ କରିଥିଲେ । ଛାତ୍ରର ପେଟରେ ସେମାନେ ଛୁରୀ ବାରମ୍ୱାର ଭୁସି ଥିଲେ । ଘଟଣା ସ୍ଥଳରୁ ଫେରାର ହେଉଥିବା ବେଳେ ସ୍କୁଲ୍ କର୍ମଚାରୀ ହାତରେ ରକ୍ତ ଭିଜା ଛୁରି ଦେଖି ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ତେବେ ନବମ ଶ୍ରେଣୀ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଉକ୍ତ ସ୍କୁଲ୍ରେ ଛାତ୍ରଙ୍କ ଭଉଣୀ ମଧ୍ୟ ପଢ଼ନ୍ତି । ସେ ପୋଲିସ୍କୁ ଜଣାଇଛନ୍ତି ଯେ, ପୂର୍ବରୁ ଏହି ଦୁଇ ନାବାଳକ ତାଙ୍କ ଭାଇକୁ ସ୍କୁଲ୍ ପରିସରରେ ପିଟିଥିଲେ । ଏହି ଘଟଣା ପରେ ପୋଲିସ୍ ଅଧିକ୍ଷକ ଚାରୋଟି ଟିମ୍ ଗଠନ କରି ତଦନ୍ତ କରୁଥିବା ଜଣାପଡ଼ିଛି ।
