ଵଣାଇ: ରିପୋର୍ଟ (ଲୋକନାଥ ସାମଲ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ସଵଡିଭିଜନ କୋଇଡା ବ୍ଲକ୍ ଅନ୍ତର୍ଗତ ରକ୍ସି ଠାରେ, ଆଜି ବଣାଇ ସିପିଆଇ ଏମ (ମାର୍କ୍ସବାଦୀ)ଦଳ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ , ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ର ମାତ୍ରାଧିକ ବୃଦ୍ଧି ଯୋଗୁଁ ଜନସାଧାରଣ ମହଙ୍ଗା ମାଡ଼ରେ ଅତିଷ୍ଠ ହେବାକୁ ବସିଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ଆଜି ବଣାଇ ବିଧାୟକ ଶ୍ରୀ ଯୁକ୍ତ ଲକ୍ଷ୍ମଣ ମୁଣ୍ଡା କଂ ନେତୃତ୍ବରେ ସିପିଆଇ ଏମ ର ସମସ୍ତ ନେତୃମଣ୍ଡଳୀ କଂ ସମେତ ଶତାଧିକ କର୍ମୀ ରାଜାମୁଣ୍ଡା ରୁ କୋଇଡା କୁ ସଂଯୋଗ କରୁଥିବା ୧୪୩ ନମ୍ବର ଜାତୀୟ ରାଜପଥର ରକ୍ସି ଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ
