ନଦୀରୁ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଓଳେଇ ଚନ୍ଦନପୁର ଗ୍ରାମର ରବୀନ୍ଦ୍ର ସାମଲଙ୍କ ୨୬ ବର୍ଷ ବୟସ୍କ ପୁଅ ସମରେନ୍ଦ୍ର ସାମଲ ଶୁକ୍ରବାର ଘର ପାଖ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଗ୍ରାମବାସୀମାନେ ବହୁ ଖୋଜାଖୋଜି କରିବା ସହ ନିକଟରେ ଥିବା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସତ୍ତ୍ବେ  ଯୁବକଙ୍କ କୌଣସି ପତ୍ତା ପାଇନଥିଲେ । ତେବେ ଶନିବାର ସକାଳୁ ସିଂହପୁର ଡାକ ବଙ୍ଗଳା ନିକଟରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ବିଞ୍ଝାରପୁର ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏ ଘଟଣାରେ ଅଧିକ ତଦନ୍ତ ଚଳାଇଛି ବିଞ୍ଝାରପୁର ପୋଲିସ । ଏହି ଖବର ପାଇ ଚନ୍ଦନପୁର ଗ୍ରାମରେ ଶୋକାକୁଳ ପରିବେଶ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *