ପାଟପୁର, : ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ମିଳିଛି ପୁଣି ଏକ ବଡ଼ ଧରଣର ସଫଳତା । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ ଏହି ଥାନା ଅନ୍ତର୍ଗତ ମୋହିବିଲ ଗାଁ ଏବଂ ଘାସିଆମ୍ବ ଗାଁରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍ଡିପିଓ ଉମା ସଙ୍କର ସିଂ, ସାନଖେମୁଣ୍ଡି ତହସିଲଦାର ଏବଂ ବରଗଡ଼- ଧରକୋଟ, ଥାନା ଆଇଆଇସି ସମେତ ପୋଲିସ୍ ଫୋର୍ସ ଉପସ୍ଥିତରେ ପାଖାପାଖି ଦଶଟି ଘରୁ ଆଠ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ଆନୁମାନିକ ମୂଲ୍ୟ ଏକ କୋଟି କୋଡିଏ ଲକ୍ଷ ଟଙ୍କା। ଏନେଇ ପାଟପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ।
