ଜାଲରେ ଲାଗିଲା ଅଜଣା ନାବାଳିକାର ମୃତ ଦେହ

ବାଲିଆପାଳ : ମାଛ ଧରୁ ଧରୁ ଜାଲରେ ଲାଗିଲା ଅଜଣା ନାବାଳିକାର ମୃତ ଦେହ । ପୋଲିସର ତଦନ୍ତ ଜାରୀ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ ତାଳପଦା ଗ୍ରାମରେ ଥିବା ପାଶି ଖାଳରେ ଆଜି ସକାଳ ସମୟରେ ଗ୍ରାମର ବୁଲୁ ଦଳାଇ ନାମକ ଏକ ବ୍ୟକ୍ତି ମାଛ ଧରିବା ପାଇଁ ଜାଲ ଦେଇଥିଲାବେଳେ, ଜାଲରେ ଏକ ଅଜଣା ନାବାଳିକାର ମୃତ ଶରୀର ଲାଗିଥିବା ଦେଖିବାକୁ ପାଇଥିଲେ । ବୁଲୁ ଏକଥା ସଂଗେ ସଂଗେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ସଂଗେ ସଙ୍ଗେ ବାଲିଆପାଳ ଥାନାକୁ ଜଣାଇଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଥିଲା ବେଳେ, ନାବାଳିକାଟିକୁ ହତ୍ୟାକରି କେହି ଫିଙ୍ଗି ଦେଇଛି ନା ଆଉ କ’ଣ ହୋଇଛି ତଦନ୍ତ ପରେ ଫିଟିବ ଗୁମର ।

Leave a Reply

Your email address will not be published. Required fields are marked *