ମାଙ୍ଗାଲୁର : ମାଙ୍ଗାଲୁର ନିକଟ ବାଇକମ୍ପାଡିସ୍ଥିତ ଏକ ଆବାସିକ ଆପାର୍ଟମେଣ୍ଟରୁ ଆଜି ଏକ ଯୁବକ ଦମ୍ପତିଙ୍କ ମୃତଦେହ ମିଳିଛି । ମୃତକ ହେଉଛନ୍ତି, ରମେଶ ସୁଭର୍ଣ୍ଣା(୪୫) ଓ ତାଙ୍କ ପତ୍ନୀ ଗୁନା(୩୫) । ଉଭୟ କିଛି ଦିନ କରୋନା ଲକ୍ଷଣ ପାଇଁ ଚିନ୍ତାରେ ଥିଲେ। ନିଜର କିଛି ବନ୍ଧୁଙ୍କ ଜୀବନ ଶେଷ ହେବାର କିଛି ମିନିଟ୍ ପୂର୍ବରୁ ପଠାଯାଇଥିବା ଏକ ଅଡିଓ ବାର୍ତ୍ତାରେ ରମେଶ କହିଥିଲେ ଯେ, ‘ଗତ ସାତ ଦିନ ଧରି ଆମେ COVID-19 ର ଲକ୍ଷଣରେ ସନ୍ତୁଳି ହେଉଛୁ । ପୂର୍ବରୁ ଡାଏବେଟିସ୍ ଭଳି ରୋଗ ଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏମିତିକି ପତ୍ନୀଙ୍କ ଦୃଷ୍ଟି ଶକ୍ତି ଖରାପ ହୋଇଯାଇଛି । ଉଭେୟ ନିଶ୍ୱାସ ନେବାରେ ଅସୁବିଧା ଅନୁଭୁବ କରୁଛୁ । ଏଣୁ, ଜୀବନ ଶେଷ କରିବାକୁ ଚାହୁଁ ।’ଏହି ଅଡିଓ ବାର୍ତ୍ତା ସମ୍ପର୍କରେ ପୁଲିସ ଜାଣିବା ପରେ ପୁଲିସ କମିଶନର ଏନ୍.ଶଶିକୁମାର ଦମ୍ପତିଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ। ଶାନ୍ତ ରହିବାକୁ ଓ ସ୍ଥିର ମନରେ ଧର୍ଯ୍ୟ ଧରିବାକୁ ଦମ୍ପତିଙ୍କ ବନ୍ଧୁମାନଙ୍କୁ ବାର୍ତ୍ତା ପଠାଯାଇଥିଲା ।ହେଲେ ରାତି ରାତି ପ୍ରାୟ ୭ଟା ସମୟରେ ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚିଥିଲା। କିନ୍ତୁ ଦମ୍ପତିଙ୍କୁ ରକ୍ଷା କରିପାରିଲା ନାହିଁ । ସେମାନେ ଏକ ନୋଟ୍ ପାଇଲେ, ଯାହା ମୃତକା ଗୁନାଙ୍କ ଦ୍ୱାରା ଲିଖିତ ବୋଲି ସନ୍ଦେହ କରାଯାଉଛି । ଯେଉଁଥିରେ ସେ ଲେଖିଥିଲେ ଯେ, ”ପରିବାର ସଦସ୍ୟ ଏହି ଘଟଣାରେ ଯେମିତି ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ବ୍ୟବସ୍ଥା କରିଦେଇ ଯାଉଛୁ।
