ଆଜିବି ନ୍ୟାୟ ଖୋଜୁଛି ଜବାନ : ଫୁଲଓ୍ବାମା ସହିଦଙ୍କ ଆତ୍ମା କାନ୍ଦୁଛି

ବାଲେଶ୍ବର : ଆଜିବି ନ୍ୟାୟ ନପାଇ ଗୁମୁରି କାନ୍ଦୁଛି ସହିଦଙ୍କ ଆତ୍ମା ା ବିଜେପି ସରକାରର ମିଛ କାନ୍ଦଣା ସିନା ବିଜେପି କର୍ମିଙ୍କୁ ଉତ୍ସାହିତ କଲା କିନ୍ତୁ ଆଜି ଜାଏଁ ବିସ୍ପୋରଣର ମୂଳ କାରଣ ବା ମୂଳ ଦୋଶିକୁ ଖୋଜି ନପାଇବେ ଜେମିତି ସହିଦଙ୍କ ପ୍ରତି ଉପହାସ ସାଜିଛି ା ଆଜି ଜମ୍ମୁ କାଶ୍ମୀରିର ପୁଲଓ୍ଵାମା ଆକ୍ରମଣକୁ ପୂରିଛି ବର୍ଷେ । ସେହି କଳାର ଦିନର ଛାୟା ଆଜି ବି ପ୍ରତ୍ୟକ ଭାରତୀୟଙ୍କ ହ୍ରୁଦୟରେ ଉଜ୍ଜିବିତ ହୋଇ ରହିଛି । ଆଜିର ଦିନରେ ଠିକ୍ ବର୍ଷେ ପୂର୍ବେ ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ହୋଇଥିଲା ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି ସେହି ଲୋମଟାଙ୍କୁରା ଦୃଶ୍ୟ । ସେଦିନ ଥିଲା ୨୦୧୯ ମସିହା ଅକ୍ଟୋବର ୧୪ ତାରିଖ। ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ହୋଇଥିଲା ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ । ଯେଉଁଥିରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଆକ୍ରମଣରେ ୪୦ ଜଣ ଭାରତୀୟ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ‘ଜୈଶ୍‌-ଏ-ମହମ୍ମଦ’ର ଜଣେ ଆତଙ୍କବାଦୀ ଏହି ବିସ୍ଫୋଣର ଘଟାଇଥିଲା। ସେ ଆତଙ୍କବାଦୀ ହେଉଛି ଆଦିଲ୍ ଅହମଦ ଦର୍‌। ସେ ଏକ ବିସ୍ଫୋରକ ବୋଝେଇ କାର୍ ନେଇ ‘ସିଆର୍‌ପିଏଫ୍‌’ ଯବାନ ଯାଉଥିବା ବସ୍ ପାଖରେ ବିସ୍ଫୋରଣ କରିଥିଲା। ଫଳରେ ୪୦ଜଣ ଯବାନ ସହିଦ ହୋଇଥିଲେ । ଆଜି ସେହି ଆକ୍ରମଣକୁ ଏକ ବର୍ଷ ପୂରିଛି । ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି ସେହି ଲୋମଟାଙ୍କୁରା ଦୃଶ୍ୟ । ୪୦ ବୀର ଯବାନଙ୍କୁ ଝୁରୁଛି ସାରା ଦେଶ । ସାରା ଦେଶ ସହିଦଙ୍କୁ ଜଣାଉଛି ସଲାମ । ହେଲେ ଅପାରଗ ବିଜେପି ସରକାର ସେହି ବିସ୍ଫୋରଣର ମୁଖ୍ୟଅଭିଯୁକ୍ତ ମାନଙ୍କ ପାଖରେ ଏବେ ସୁଧା ନପହଞ୍ଚିବା ଦେଶବାଶିଙ୍କୁ ସରକାରଙ୍କ ପ୍ରତି ଥିବା ବିଶ୍ବାସନିୟତାକୁ ହତ୍ୟା କରୁଛି ବୋଲି ବୁଦ୍ଧିଜିବି ମତ ରଖିଛନ୍ତି ା

Leave a Reply

Your email address will not be published. Required fields are marked *