ଭୁବନେଶ୍ବର ଡିସିପିଙ୍କ ନାମରେ ଉଚ୍ଚନ୍ୟାୟାଳୟଙ୍କ ଅଦାଲତ ଅବମାନନା

କଟକ : ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିଚାର ବିଭାଗ ହିଁ  ସାଧାରଣ ଲୋକଙ୍କୁ ନ୍ୟାୟ ଦେବାର ଶେଷ ମାଧ୍ୟମ I ଜେତେବେଳେ ଆମେ ସେ ବିଚାର ବିଭାଗକୁ ମାନିବାନି , ତାଙ୍କ ନିର୍ଦେଶକୁ ବେଖାତିର କରିବା ଏହା ଗୋଟେ ସୁସ୍ତ ପରମ୍ପରା ହୋଇନପାରେ , ତେଣୁ ଏଭଳି କାମ ଜେକେହିବି କରୁ ତାଙ୍କ ପାଇଁ ମାନ୍ୟବର କୋର୍ଟମଧ୍ୟ ଦଣ୍ଡ ବିଧାନ କରିପାରିବାର ପ୍ରାବଧାନ ଆମ ସମ୍ବିଧାନ ଦେଇଛି I ତେବେ ଡିସିପି ଭୂବନେଶ୍ବର  ମାନ୍ୟବର ଉଚ୍ଚନ୍ୟାୟାଳୟ କଟକଙ୍କ ନିର୍ଦେଶକୁ ନମାନିବା ବୋଧେ ଏକ ଖରାପ ପରମ୍ପରା ଶ୍ରୁଷ୍ଟି କରୁଛି I ସେ ଡିସିପି ହୁଅନ୍ତୁ କି ଆଉ କେହି ଆମେ କେହି ଆମ ପବିତ୍ର ସମ୍ବିଧାନର ଉପରେ ନୁହଁ I ତେବେ ମାନ୍ୟବର କୋର୍ଟ ସୂଚେଇଦେଇଛନ୍ତିକି କୋର୍ଟଙ୍କୁ ଅବମାନନା କଲେ କୋର୍ଟ ଡିସିପିଙ୍କୁ ବି ଛାଡିବେନି I ତେବେ ମାନ୍ୟବର ଅଦାଲତ ଭୁବନେଶ୍ବର ଡିସିପିଙ୍କ ଉପରେ ଅଦାଲତ ଅବମାନନା ମାମଲାରେ  ବିଚାର କରି ଡିସିପିଙ୍କ ଠାରୁ ତଥ୍ୟ ଆଣିବା ପାଇଁ ସରକାରୀ ଓକିଲଙ୍କୁ  ନିର୍ଦେଶ ଦେଇଛନ୍ତି I ଘଟଣାରୁ ପ୍ରକାଶଯେ ଆନ୍ତର୍ଜାତୀୟ ଧାବିକା ଦୁତି ଚାନ୍ଦ ଫକୋଶ ପ୍ଲସ ନାମକ ଏକ ଓ୍ବେବ ପୋର୍ଟାଲର ସାମ୍ବାଦିକଙ୍କୁ ଦୁରବ୍ୟବହାର ପ୍ରଦର୍ଶନ କରି ଗାଳି ଗୁଲଜ କରିଥିଲେ ,ଏହି ୱେବ ଚାନେଲର ଏଡିଟର ଏହି ମାମଲାରେ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ  ଦ୍ୱାରସ୍ଥ ହୋଇଥିଲେ I ଏହି ମାମଲା ସି .ଆର .ଏଲ .ଏମ .ପି ୧୩୦୦ /୦୨୧ ର ବିଚାର କରି ମାନ୍ୟବର କୋର୍ଟ ତା ୧୧.୮.୨୧ ରିଖରେ ଆଦେଶ ପାଇବାର ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପି ଭୁବନେଶ୍ୱରଙ୍କୁ ଆଦେଶ ପ୍ରଦାନ କରିଥିଲେ I ଆଦେଶର ନକଲ ତା୧୩.୦୮.୦୨୧  ରିଖ ଦିନ ଆବେଦନକାରୀ ପଠାଇଥିଲେ ଓ ଡିସିପି ଏହାକୁ ତା ୧୬.୦୮.୦୨୧ ରିଖ ଦିନ ୧୭ ଟା ୧୧ ମିନିଟ ୩୨ ସେକେଣ୍ଡରେ ଗ୍ରହଣ କରିଥିଲେ I ମାତ୍ର ଏ ପର୍ଯ୍ୟନ୍ତ ଏହି ଆଦେଶ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ସୁଧାଂଶୁଙ୍କ ଧର୍ମପତ୍ନୀ ଅଭିଯୋଗ କରିଛନ୍ତି I ଅପର ପଟେ ୦୩.୦୯.୨୧  ତାରିଖ ଦିନ ଦୁତି ଚାନ୍ଦଙ୍କ ଅଭିଯୋଗକୁ ଗ୍ରହଣ କରି ଆବେଦନ କାରି ସୁଧାଂଶୁଙ୍କୁ ଗିରଫ କରାଯାଇ ଥିଲା I ସୁଧାଂଶୁ ଏବେ ଜେଲରେ ଥିବାରୁ ତାଙ୍କ ଧର୍ମପତ୍ନୀ ଆଇନୀଜିବୀ ବ୍ୟୋମକେଶ ତ୍ରିପାଠୀଙ୍କ ସହଯୋଗରେ  ଏକ ଅଦାଲତ ଅବମାନନା ମାମଲା କାଉଣ୍ଟର  ୫୫/୦୨୧  କରିଥିଲେ I ଘଟଣାର ଗୁରୁତ୍ୱକୁ କୋର୍ଟ ଅତି ଗମ୍ଭୀରତାର ସହ ନେଇ ଡିସିପି ଭୁବନେଶ୍ୱରଙ୍କ ଠାରୁ ତଥ୍ୟ ଆଣିବା ପାଇଁ ସରକାରୀ ଓକିଲଙ୍କୁ  ନିର୍ଦେଶ ଦେଇଛନ୍ତି  I

Leave a Reply

Your email address will not be published. Required fields are marked *