ବଣାଇଁ : ରିପୋର୍ଟ (ଲୋକନାଥ ସାମଲ )
ଆସନ୍ତା ନଭେମ୍ବର ୧୬ଦିନ ଜାତୀୟ ପ୍ରେସ ଦିବସ ପାଳନ ପୂର୍ବକ, ପୂର୍ବ ପ୍ରସ୍ତୁତି ନିମନ୍ତେ , ଆଜି ବଣାଇ ସାମ୍ବାଦିକ ସଂଘ ପକ୍ଷରୁ ବଣାଇଁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମୀଳନ କକ୍ଷ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଣାଇଁ ଜର୍ଣ୍ଣାଲିଷ୍ଟ ସଂଘର ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ନଭେମ୍ବର ୧୬ ରେ ହେବା କୁ ଥିବା ଜାତୀୟ ପ୍ରେସ ଦିବସ କୁ ବଣାଇ ଉପଖଣ୍ଡରେ କିପରି ଭାବରେ ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ତ୍ରୀପାଠୀ, ସତ୍ଯନାରାୟଣ ମିଶ୍ର, ଗୌତମ ବାରିକ, ରାମଚନ୍ଦ୍ର ପ୍ରଧାନ, ହବିବ ଖାନ୍ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର ଆଚାର୍ଯ୍ୟ, ଗିରେନ୍ଦ୍ର ସିହୁ. ଦୁର୍ଗା ମାଧଵ ବେହେରା, ଭ୍ରମର ବାରିକ, ସୁରଜ ମାହାନ୍ତି, ଦୋଳଗୋବିନ୍ଦ ବାରିକ, ମହମ୍ମଦ ହବିବ ଖାନ, ନାରାୟଣ ବେହେରା, ଲୋକନାଥ ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
