ସୋର : ସୋରରେ ଜାତୀୟ ସଡକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ସକାଳେ ଉତ୍ତରେଶ୍ବର ୟାମାହା ସୋ ରୁମ ନିକଟରୁ ଏକ ସତେତନତା ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ସୋରର ଲୋକପ୍ରିଅ ବିଧାୟକ ପର୍ଶୁରାମ ଧଡା, ବିବାଦିୟ ତଥା ସାମ୍ବାଦିକଙ୍କ ମୋବାଇଲ ଛିନ୍ ତାଇ କରିଥିବା ତହସିଲଦାର ଅଶୋକ ଦାସ, ବାଲେଶ୍ବର ଜିଲ୍ଲାର ଅନଫିଟ୍ ଆରଟିଓ ,

ସୋର ଥାନାର ବହୁଚର୍ଚିତ ଏସ ଆଇ ସଚିଦା ନନ୍ଦ ଗିରି, ବସ ମାଲିକ ସଂଘର ସଭାପତି ତଥା ବିଜେଡି ନେତା ଲୋକନାଥ ରାଉତ, ଟ୍ରକ ମାଲିକ ସଂଘର ସଭାପତି ମିଲୁ ମହାନ୍ତି , ଦୟାନିଧି ଜେନା ଓ ଉଭୟ ସଂଘର ସମସ୍ତ ସଦସ୍ଯ ମାନେ ଯୋଗ ଦେଇଥିଲେ ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମଞ୍ଚ କଳାକାର ତଥା ଟ୍ରକ ମାଲିକ ବସନ୍ତ ବେହେରା ା ଏହି ଅବସରରେ ଉପସ୍ଥିତ ବ୍ୟକ୍ତି ମାନେ ସଚେତନତାରେ ଦୃତ ଗତି ମହାବିପତ୍ତି, ଗାଡିର ବହନ କ୍ଷମତାକୁ ଉଲଂଘନ କରନ୍ତୁ ନାହିଁ, ଚଳନ୍ତା ଗାଡ଼ିରେ ଉଠନ୍ତୁ ନାହିଁ କିମ୍ବା ଓଲ୍ହାନ୍ତୁ ନାହିଁ, ରାତିରେ ଡିପ୍ପର ବ୍ୟବହାର କରି ଅନ୍ୟମାନଙ୍କ ଯାତାୟତ ରେ କରନ୍ତୁ, ରାସ୍ତା ଉପରେ ଗାଡ଼ି ରଖନ୍ତୁ ନାହିଁ କି ଠିଆ ହୋଇ ରାସ୍ତା ଅବରୋଧ କରନ୍ତୁ ନାହିଁ, ଯାତ୍ରୀବାହୀ ଗାଡ଼ିରେ ଧାର୍ଯ୍ୟ କ୍ଷମତା ଠାରୁ ଅଧିକ ଲୋକ ନିଅନ୍ତୁ ନାହିଁ ସ୍ଲୋଗାନ ଦେଇ ସହର ପରିକ୍ରମା କରି ବସମାଲିକ ସଂଘ ନିକଟରେ ଏକସଭା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହ ଦୁଇଟି ବେସରକାରି ଶିଖ୍ୟାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ହୋଇଥିଲେ ା
